Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Fantasy Others

3  

Gangotri Priyadarshini

Abstract Fantasy Others

ମଇ ମାସ

ମଇ ମାସ

1 min
197


ମଇ ମାସ

କ୍ଷୀଣ ଶରୀର, ଶୁଷ୍କ ଓଠ, ତଣ୍ଟି

ନିସ୍ତବ୍ଧ ଅସ୍ତିତ୍ୱକୁ ଜଡେଇ ଧରି ଆସେ

ଆକାଶ ଟା ଅଗ୍ନିସ୍ନାନରେ ବ୍ୟସ୍ତ ଥାଏ ।


ଶୁନଶାନ୍ ରାଜରାସ୍ତାରେ 

ଘୋଷାଡି ହେଉଥାଏ ପାରିବାପଣର ପରିଚୟ

ନା ‘ ଆଗକୁ ବଢ଼ିବାକୁ ହେବ

ଠିକଣା ଜାଗାରେ ପହଞ୍ଚିବାକୁ ପଡ଼ିବ ।


ନିର୍ଦ୍ଦୟ ନିଦାଘ,

ଥପଥପ ନିଗିଡ଼ି ପଡୁଛି 

ରକ୍ତ ପାଣି ଫାଟି ତାଳୁରୁ ତଳିପା ଯାଏ

ସଂଘର୍ଷ ର ଅନ୍ୟ ଏକ ପରିଭାଷା ।


ୠତୁର ଦହନ ,ଦୂର ଦିଗନ୍ତରେ ନିରାଶାର ଲୁଚକାଳି

ସମସ୍ତଙ୍କୁ ଅଜଣା ,ଆଉ ଶୁଭୁନି ପବନରେ କାନ୍ଦଣା

ଅପେକ୍ଷାର ପ୍ରହର ତୀବ୍ର ପ୍ରହାର

ସ୍ପର୍ଶକାତର ଅଭିବ୍ୟକ୍ତି ଏ ହୃଦୟର ।



Rate this content
Log in

Similar oriya poem from Abstract