STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମହକ

ମହକ

1 min
262


ମହକ ହିଁ ମହକ କୋଇଲି କଣ୍ଠ କୁହୁକ

ମହକ ଥାଏ ମିଠା କଥା ମନ ସିନ୍ଦୁକ

ମହକ ଜ୍ଞାନ ଗୁଣ ଗରିମା ରକ୍ଷକ

ମହକରେ ମହକିତ ପୁଲକ ଗୋଲକ

ମହକ ଅବଢ଼ାର ସନ୍ତୋଷ ଅନେକ

ଧୂପ ଦୀପ ଝୁଣା ପ୍ରଶାନ୍ତି ମହକ

ବିଲୁଆ ଚତୁର ପଇଡ ମଧୁର ଯୌଗିକ 

ଫୁଲରେ, ତାରାରେ, ମାଟିରେ ମହକ

ଦୁଇନିଆଁ ଦୁନିଆଁ ମଝିରେ ମହକ ମୋହକ

ମହକ ଭାଷା ପୋଷାକ ଚଳଣି ଦୈନିକ

ମହକ ଶହୀଦର ଦେଶରକ୍ଷକ ସୈନିକ

ଜାତି ଜାତି ଶସ୍ୟ ମହକରେ କୃଷକ

ମାଟି ମାଆ ସଙ୍ଗେ ଭାବ ତା ବର୍ଷକ

ମଣିଷପଣିଆ ମହକ ଉତ୍କର୍ଷକ

ପଶୁର ଆଖି ଶିଶୁର ହସରେ ମିଠା ମହକ

ମହକରେ ମହକିତ ଏ ସଂସାର ବୈଠକ

କହି ଜାଣିଲେ ମଥା ବାନ୍ଧି ପାରିଲେ ମହକ

ମାଆ ହାତରନ୍ଧା ସ୍ନେହ ଶ୍ରଦ୍ଧା ତ୍ୟାଗ ପୁଲକ

କର୍ତ୍ତବ୍ୟ କର୍ମ ଜୀବନ ଗଣିତର ଭାଜ୍ୟ ଭଜକ

ମୃତ୍ୟୁ ପରେ ସଦାନନ୍ଦ ଯାଏ ଦିବ୍ୟ ଗୋଲକ

ମହକରେ ମହକିତ କସ୍ତୁରୀ ଚନ୍ଦନ ତିଳକ.ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract