STORYMIRROR

Ajaya Mahala

Inspirational

2  

Ajaya Mahala

Inspirational

ମହିଷାସୁର

ମହିଷାସୁର

2 mins
13.4K


ସାର୍ ପଢେଇ ଥିବା ପିଲାଙ୍କ ଭିତରୁ

ଚାରି ଜଣ ଆମେରିକାରେ

ତିନି ଜଣ ଇଂଲଣ୍ଡରେ

ଆଉ ଅଗଣିତ ଛାତ୍ର ଏଇ ଇଣ୍ଡିଆରେ

ଆଜି କିଛି ଘଟଣା

ଅପ୍ରତ୍ୟାଶିତ ଭାବରେ ଘଟିଗଲା

ହେଡ ମାଷ୍ଟ୍ରେ ମଦଭାଟିରୁ ବାହାରୁ ଥିବାର

ନିଜ ଆଖିରେ ଦେଖି ଆସିଛି ବୋଲି

କିଏ ଜଣେ

ଚାରି ଆଡ଼େ କହି ଦେଲା

ହେଡ ମାଷ୍ଟରଙ୍କ ନୈତିକ ଅଧୋପତନର

ଖବର ରାଷ୍ଟ୍ର ହୋଇଗଲା

ମହିଷାସୁର ପରି ତାଙ୍କର ପୁତଳା ତିଆରି ହେଲା

ଆଉ ଜଳା ଗଲା ମୁଖ୍ୟ ଛକ ଗୁଡିକରେ

ଜଣେ ତ ସ୍କୁଲ ବାରଣ୍ଡାରେ

କଲମରୁ ସ୍ୟାହି ଛିଞ୍ଚାଡି ଚାଲିଲେ

ମୁହଁ ମିଶାଇ ଧଳା କୁର୍ତ୍ତା ଉପରେ

ଯାହା ପ୍ରତିଥର ତରବାରୀ ପରି

ସୃଷ୍ଟି କରି ଚାଲିଥିଲା ଗଭୀର କ୍ଷତ

ହେଡ ମାଷ୍ଟ୍ରେ କାହାକୁ ସ୍ପଷ୍ଟୀକରଣ ଦେଲେନି

ଏସବୁ ଘଟିଗଲା ସେବାନିବୃତ୍ତ ହେବାର

ଦିଇ ମାସ ଆଗରୁ

ଏ ସବୁ ଗଣ୍ଡ ଗୋଳରେ ଯେଉଁ ମାନେ ନେତୃତ୍ୱ ଦେଇଥିଲେ

ସେମାନଙ୍କର କେତୋଟି ନମୁନା ଏହିପରି

ରଙ୍ଗା ସାହୁ - ଯିଏ ବିଜୁଳି ତାର ଚୋରି କରି ଧରା ପଡିଥିଲା !

ଅଭିରାମ ନାୟକ - ବୋହୁ ଜଳାଇଥିବା କାଣ୍ଡରେ ଛ ମାସ ଜେଲ ରହି ଫେରିଛି

ଅକ୍ଷୟ ବେହେରା - ନକଲି ସାର୍ଟିଫିକେଟ, ଜାଲି ମାର୍କ ସିଟ ବିକିବା କାମ ଯାହାର

ମୀନା ପ୍ରହରାଜ - ଯଥୋଚିତ ଶିକ୍ଷାଗତ ଯୋଗ୍ୟତା ଅଭାବରୁ ସ୍କୁଲରୁ ବିତାଡିତ ଶିକ୍ଷିକା

ମୋ ମନରେ ପ୍ରଶ୍ନ ଉଠିଲା

ହେଡ ମାଷ୍ଟ୍ରେ କାହିଁକି ମଦ ପିଇ ପାରିବେନି

ଉଚ୍ଚ ପଦବୀରେ ଥିବା ତାଙ୍କ ଛାତ୍ର ମାନେ ତ ପିଉଛନ୍ତି

ଉଚ୍ଚ ଅକ୍ଷାଂଶ ରେ ଅବସ୍ଥିତ ଇଂଲଣ୍ଡ

ଆଉ ଆମେରିଚାର

ଭୌଗୋଳିକ କାରଣ କହି

ଅଥବା ଭାରତ ଭିତରେ ଭଦ୍ର ଆଭିଜାତ୍ୟ ସମ୍ପନ୍ନ

ସମାଜର ଆଦବ କାୟଦାର ଦ୍ୱାହିଦେଇ

ସାର୍ କାହିଁ ପିଇବେନି ମ !

ସିଏ କଣ ଠିକା ନେଇଛନ୍ତି ଏକୁଟିଆ ମଣିଷ ଗଢିବାକୁ

ଗଳି ଗଳିରେ ରହୁଥିବା ବାରବୁଲା ସବୁ

ମଦ ପିଇଲେ କେହି କହିବାକୁ ନାହିଁ

ଯେଉଁମାନେ ସମାଜ ପାଇଁ କିଛି କରିନାହାନ୍ତି

ସେମାନେ ଯାହା କିଛି କରିପାରିବେ

ମଦ୍ୟପାନ ଓ ଅନ୍ୟ ଯେତେ କୁକର୍ମ

ଚୋରି ହେଉ ବା ରେପ

ହେଲେ ହେଡ ମାଷ୍ଟ୍ରେ ପିଇ ପାରିବେନି

କେଉଁ ଗ୍ରନ୍ଥରେ ଲେଖା ?

ସଂଜ ବେଳକୁ

ନିଜର ସ୍ୟାହି ଛିଟା ସାର୍ଟକୁ ଧୋଇବା ପାଇଁ

ପତ୍ନୀକୁ ଦେଉ ଦେଉ

ପତ୍ନୀ ଦିନରେ ଘଟି ଯାଇଥିବା

ଅଘଟଣର କାରଣ ପଚାରି ବସିଲେ

ବୁଝୁ ବୁଝୁ ଜଣା ପଡିଲା ଯେ

କଥାଟି ସତ

ସାର ସତରେ ମଦଭାଟିକୁ ଯାଇଥିଲେ

ନିଜ ହାତରେ ବନାଇଥିବା

ଅସଂଖ୍ୟ ଦେବତା ମାନଙ୍କ ଠାରୁ

କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ପାଇ

ଯାଇଥିଲେ

ଘରେ ବେକାର ବସିଥିବା ପୁଅ ପାଇଁ

ମଦ ଭାଟିରେ

ଚାକିରୀଟେ ପାଇଁ



Rate this content
Log in

Similar oriya poem from Inspirational