STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମହାଷ୍ଟମୀରେ ମାଆ

ମହାଷ୍ଟମୀରେ ମାଆ

1 min
351

ମହାଷ୍ଟମୀରେ ମାଆ ମହାଗୌରୀ

ଆଗମନ ଏ ଧରାରେ

ତୁମ ଆଗମନେ ଧରା ଉଲ୍ଲସିତ

ପ୍ରତି ପ୍ରାଣେ ସୁଖ ଭରେ।


 ଶ୍ଵେତ ବସ୍ତ୍ରେ ମାଆ ସୁସଜ୍ଜିତ ହୋଇ

ବିରାଜିତ ମଣ୍ଡପରେ

ମାଆ ରସେ ରୂପ ଦେଖି ଦେଲେ ମନେ 

ଆନନ୍ଦ ଜୁଆର ଖେଳେ।


ଏ ମହାଷ୍ଟମୀରେ ମହାଗୌରୀ ବ୍ରତ

ଆଚରେ ଯେ ଭକ୍ତି ଭରେ

ତା ମନ କାମନା ପୂରଣ କରୁ ମାଆ

ସନ୍ତୁଷ୍ଟ ହୋଇ ତାହାରେ।


 ଅଜ୍ଞାନ ଅନ୍ଧାର ଦୂର କରୁ ମାଆ

ଜ୍ଞାନାଲୋକ କରୁ ଦାନ

ତୋ ଆଶିଷ ବାରି ଝରେ ଯା ଉପରେ

ହୁଏ ସେହୁ ଭାଗ୍ୟବାନ।


ଆସିଛ ଧରାକୁ ନାଶ ଦୁର୍ଗତିକୁ

ଦୁର୍ଗତିନାସିନୀ ଦୁର୍ଗା

ତୋ ଦୟା ହୋଇଲେ ଜଗତ ଜନନୀ

ଅଭାଗା ହୁଏ ସୁଭାଗା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational