Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Inspirational

3  

Nayak Akshaya raazhasti

Inspirational

ମହାଶକ୍ତି

ମହାଶକ୍ତି

1 min
217


ନମସ୍ତେ ନମସ୍ତେ ମାଆଗୋ ମହିଷା ମର୍ଦ୍ଦିନୀ,

ସଙ୍କଟତାରିଣୀ ମାଆଲୋ ପତିତ ପାବନୀ ।


ତୁହି ସ୍ଵାତୀ, ତୁହି ସ୍ୱାଧି, ତୁହି ଅମ୍ବାଳିକା,

ତୁହି ଶାନ୍ତି ତୁହି କ୍ଷାନ୍ତି ତୁହି ମାଆ କାମାକ୍ଷା l


ଦକ୍ଷ କନ୍ୟା ଅଟୁ ତୁହି ବିନ୍ଧ୍ୟ ବାସିନୀ,

ତୁହି ମାଆ ପାତାଳଶ୍ୱରୀ ତ୍ରିପୁର ମୋହିନୀ ।


କାଳୀ ମହାକାଳୀ ତୁ ଚଣ୍ଡୀ ଯେ ଚାମୁଣ୍ଡା ,

ବିପଦେ ଘୋଡ଼ାଇ ଦେଉ କରୁଣାର ଧଣ୍ଡା l


ନାନା ସ୍ଥାନେ ନାନା ନାଆଁ ଅଟେ ଯେ ତୋହର,

ତାରିଣୀ ତାରକ ବ୍ରହ୍ମ କଳି ତତ୍ତ୍ୱ ସାର l


ସୁବର୍ଣ୍ଣ ଦେହରେ ମାଗୋ କଳା ପାଟ ଶାଢ଼ୀ,

ତୋ ପାଦ ଅଳତା ଦିଶେ ନବ ଚମ୍ପା କଢ଼ି l


ମଥାରେ ସିନ୍ଦୂର ଟୋପା ହୁଏ ପତିଭାତ,

ସତେ କି ଉଦୟ ହେଲା କରୁଣା ପ୍ରଭାତ l


ସିଂହର ପୃଷ୍ଠରେ ମାଆଲୋ ଵିଜେ କରିଥାଉ,

ଦୁଃଖି ଦୀନ ଦରିଦ୍ରଙ୍କୁ ବର ଯାଚି ଦେଉ l


ଜ୍ଞାନ ମତେ ଶକ୍ତି ମୟୀ ମହାମାୟା ଆଦ୍ୟା,

ରସ ତତ୍ତ୍ୱେ ମା ତୁହି ଗୋଲକେଶ୍ୱରୀ ରାଧା l


ମହାଶକ୍ତି ପରମାଣୁ ବିଜ୍ଞାନ ବୋଲାଏ,

ମହାକାଳୀ ଧ୍ୱଂସମୟୀ ଶିବ ଶାସ୍ତ୍ର କହେ l


ଲୋକେ ଜାଣି ଵାକୁ ତୋର କାହିଁ କେତେ ନାଆଁ

କେଉଁ ନାମେ ଡାକିଲେ ତୁ ହେବୁ ସାହା ରାହା l


ନିରାଶ ଅନ୍ଧାର ମାଆଗୋ ଆଲୋକ ଦାୟିନୀ,

ଏ କଳି ଯୁଗେ ମାଲୋ ମଙ୍ଗଳା ତାରିଣୀ l


ନରାଧମ ଅକିଞ୍ଚନ ଅକ୍ଷୟ କୁମାର,

ତବ ନାମ ଗାଇ ସୁଧା ପାନ କରେ ନିରନ୍ତର l


କଳି କଳୁଷ ପଙ୍କରୁ କର ପରିତ୍ରାଣ,

ତୁମକ ଵିନା ନାହିଁ ଗତି ନାହିଁ ପରିତ୍ରାଣ l



Rate this content
Log in

Similar oriya poem from Inspirational