STORYMIRROR

puspalata samantary

Inspirational Others

4  

puspalata samantary

Inspirational Others

ମହାଶକ୍ତି

ମହାଶକ୍ତି

1 min
378

ଅନୁଭବୀ ପ୍ରାଣ ଭରିରହିଛନ୍ତି

ପୁରପଲ୍ଲୀ ଦେଶ ଗ୍ରାମ,

ସେହି ସିନା ତାରମହତ୍ତ୍ଵ ବୁଝିବେ

ଶକ୍ତିଶାଳୀ ସ୍ନେହ ପ୍ରେମ।

ତାହାରି ବଳରେ କୁପଥୁ ଫେରିବେ

ଭାଇ ଭଗ୍ନୀ ପୁତ୍ର କନ୍ୟା,

ଦାମ୍ପତ୍ୟ ନାମରେ ଏକତ୍ର ଯୋଡ଼ିଛି

ଦୁଇଟି ପ୍ରାଣ ଅଜଣା।

ଏକ ପାଇଁ ଆନ ସମର୍ପେ ଜୀବନ

ହସକାନ୍ଦ ସୁଖ ଶାନ୍ତି,

ଏହା ତ ସମ୍ଭବ କରିଥାଏ ସେହି

ସ୍ନେହ ପ୍ରେମ ମହାଶକ୍ତି।

ଆବିଳତାହୀନ ନିରୁତା ସିନିହ

ସନ୍ତାନ ବତ୍ସଳା ମାତା,

ଶିକ୍ଷୟିତ୍ରୀ ଭାବେ ସନ୍ତାନ ମନରେ

ଭରିଦେବ ନୈତିକତା।

ଉର୍ବର ମୃତ୍ତିକା ମଧ୍ୟରେ କୋମଳ

ତରୁ ବିକସିଲା ପରି,

ନୈତିକ ଚେତନା ମାନବ ହୃଦୟ

ବୃକ୍ଷ ରୁ ପଡ଼ିବ ଝରି।

ସାରା ସ୍ଙସାରକୁ ସେହି ଦେବସିନା

ଶାନ୍ତି ମୈତ୍ରୀ ସଦ୍ ଭାବ,

ସେହି ହେବ ପରା ଏ ଦେଶ ପାଇଁ କି

ମୂଲ୍ୟବାନ ବୈଭବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational