STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମହାପୁରୁଷ ସ୍ମରଣେ

ମହାପୁରୁଷ ସ୍ମରଣେ

2 mins
4

 

ଦୁଇ ମହାପୁରୁଷଙ୍କ ଜନ୍ମ ଏହି ଭାରତ ମାଟିରେ 

ପୁଣି ଏକା ଦିନ ଅକ୍ଟୋବର ଦୁଇ ତାରିଖରେ

ଲାଲ୍ ବାହାଦୁର ଶାସ୍ତ୍ରୀ ଓ ମହାତ୍ମା ଗାନ୍ଧୀ ନାମରେ

ସ୍ମୃତି ଉଜ୍ଜୀବିତ ହୁଏ ଭାରତୀୟଙ୍କ ମନରେ

ସ୍ୱାଧୀନତା-ସ୍ବପ୍ନ ଥିଲା ଗାନ୍ଧୀଙ୍କ ଚିନ୍ତା ଚେତନାରେ

ସ୍ବାଧିନ ଦେଶର ପ୍ରଧାନ ମନ୍ତ୍ରୀ ଶାସ୍ତ୍ରୀଙ୍କ ନାମରେ

ଆନ୍ଦୋଳନ ସତ୍ୟାଗ୍ରହ ଧାରେ ମୁକ୍ତି ହେଲା ଦେଶ

ଉଣେଇଶ ଶତଚାଳିଶି ଅଗଷ୍ଟ ପନ୍ଦର ତାରିଖ ଦିନ

ପରାଧିନତା ଫାଶରୁ ଦେଶ ଲଭିଲା ପୂର୍ଣ୍ଣ ସ୍ବାଧିନ

ଆମ ଖୁସି ପାଇଁ କେତେ ବୀରଙ୍କ ଯାଇଛି ଜୀବନ

ସାକାର ହୋଇଛି ସେଇ ବୀର ଶହୀଦଙ୍କ ସ୍ବପ୍ନ

ବିଦେଶୀ ମାନଙ୍କୁ ହଟାଇବା ପାଇଁ କରିଥିଲେ ପଣ

ସେଇ ସ୍ମୃତିରେ ଆମେ କରୁଛୁ ତ୍ରିରଙ୍ଗା ଉତ୍ତୋଳନ।

ସ୍ବାଧିନତା ପାଇଁ ବୀରଙ୍କ ମନରେ ଥିଲା ଶପଥ

ନିଜର ନାର୍ଯ୍ୟ ଦାବି ହାସଲ ପାଇଁ ମନରେ ବ୍ୟଥିତ

ସେଇ ପ୍ରେରଣା ହିଁ ଆମ ପାଇଁ ଶିକ୍ଷା ଓ ମହତ୍ତ୍ଵ।

ଜାତିବାଦ ଧର୍ମବାଦ ଚିନ୍ତାଧାରା ନ ଥିଲା ମନରେ

ଏକତା ଅଖଣ୍ଡତା ର ମନ୍ତ୍ର ଥିଲା ଭାରତ ବର୍ଷରେ

ପରାଧିନତା ରୁ ମୁକ୍ତି ଆନ୍ଦୋଳନ ସାରା ଭାରତରେ

ଦେଶପ୍ରେମ ମନୋଭାବ ଥିଲା ସବୁରି ମନରେ।

ତ୍ରିରଙ୍ଗା ଉତ୍ତୋଳନ କରି ଆମେ ନିହାତି ଗର୍ବିତ

ସ୍ବାଧିନତା ପାଇଁ କେତେ ବୀର ହୋଇଛନ୍ତି ମୃତ

ଶହୀଦଙ୍କ ବଳିଦାନ ଦେଶ ପାଇଁ ଗୌରବ ଆଣିଛି

ଜୀବନ ବଳିଦାନର କାହାଣୀ ଅବିସ୍ମରଣୀୟ ଅଛି।

ସ୍ବାଧିନତା ଆଢ଼ୁଆଳେ ବଳିଦାନ ର କାହାଣୀ

ଅବଦାନ ର କାହାଣୀ ବି ରହିଅଛି ପୁଣି

ଶହୀଦ ହେଲେ କେତେ ସ୍ବାଧିନତା ପାଇଁ

ପୁତ୍ର ସ୍ବାମୀ ପିତା ହରେଇବା କଥା ଅଛି ରହି

ସେଇ ବୀର ସନ୍ତାନଙ୍କ ଆତ୍ମବଳୀ ର କାହାଣୀ

ସ୍ୱର୍ଣ୍ଣ ଅକ୍ଷରେ ଲିପିବଦ୍ଧ ଅଛି କେବେ ଲିଭିବନି।

ଜଣେ ନୁହଁ ,ଅନେକ ଶହୀଦଙ୍କ ବଳିଦାନ

ସ୍ବାଧିନତା ର ପଥରେ ଆଗେଇ ସମର୍ପିଲେ ପ୍ରାଣ

ସେଇ ପ୍ରାଣ ବାୟୁ ପ୍ରଭାବରେ ଭାରତ ସ୍ବାଧିନ

ମୁକ୍ତ ଆକାଶରେ ଆମେ ପ୍ରାଣ ବାୟୁ କରୁଛୁ ଗ୍ରହଣ

କେବେ ମୋଗଲ କେବେ ଇଂରେଜ ଆକ୍ରମଣ 

ଶତ୍ରୁ ସମ୍ମୁଖ ରେ ପାହାଡ ପରି ଥିଲେ ସେହି ଦିନ

ଶତ୍ରୁ ସହ ଲଢି ଭାରତୀୟ ବୀର ହାରିଲେ ଜୀବନ

ସେଇ ବୀରଙ୍କ କାହାଣୀ ତ୍ରିରଙ୍ଗା କରିଛି ବହନ।

ସଂକ୍ଷେପରେ ବଳିଦାନ-କାରୀ ବୀରଙ୍କ ବର୍ଣ୍ଣନା

ସ୍ମୃତି-ଚାରଣ ସହ ବିରତ୍ୱ କାହାଣୀ ରଚନା 

ଝାନ୍-ସୀ ରାଣୀ ଲକ୍ଷ୍ମୀ ବାଇ,ମହାରଣା ପ୍ରତାପ

ଛତ୍ରପତି ଶିବାଜୀ,ମଙ୍ଗଲପାଣ୍ଡେଙ୍କ ଜୀବନ ପ୍ରଦୀପ

ଦେଶ ପାଇଁ ଲିଭିଗଲା ଅକାଳରେ ଜୀବନର ଦୀପ

ଭାରତ ଇତିହାସରେ ଲିପିବଦ୍ଧ ସେ ବୀରତ୍ୱର ରୂପ

ବୀର ଭଗତ ସିଂହ,ରାଜଗୁରୁ,ଚନ୍ଦ୍ରଶେଖର ଆଜାଦ

ଦେଶ ପାଇଁ ପ୍ରାଣ ବଳି ଦେଇ ହୋଇଲେ ଶହୀଦ

ଆହୁରି ଅନେକ ଏ ଦେଶର କୋଣ ଅନୁକୋଣେ

ସ୍ବାଧିନତା ପାଇଁ ଲଢ଼ିଥିଲେ ଯୁଦ୍ଧ ପ୍ରାଣପଣେ।

ନେତାଜୀ ସୁବାସ ବୋଷ, ସାବରକର ପରି ବୀର

ଅଗ୍ରସର ହେଲେ ,ମନରେ ସ୍ବାଧିନତା ର ସ୍ୱର ରକ୍ତ ଦିଅ,ସ୍ବାଧିନତା ଦେବି ସୁବାଷ ବୋଷଙ୍କ ଡାକ

ଆଜାଦ୍ ହିନ୍ଦ୍ ଦଳ ଗଢି ଉଠିଲା ଶୁଣି ସେଇ ଡାକ।

ଅହିଂସା ର ମନ୍ତ୍ର ନେଇ ଗାନ୍ଧିଜୀ ଲଢ଼ିଲେ 

ନେହୁରୁ,ପଟେଲ , ତିଳକ, ଲାଲା ଯୋଗ ଦେଲେ

ଜାଲିଆନୱାଲାବାଗ ଗଣ ହତ୍ୟା ନୃଶଂସ କାହାଣୀ

ତୀବ୍ରତର ହେଲା ସ୍ବାଧିନତା ପାଇଁ ସଂଘର୍ଷର ଧ୍ଵନୀ।

ସ୍ବାଧିନତା-ସ୍ୱତନ୍ତ୍ରତା ଦିବସରେ କଥା ଉଜ୍ଜୀବିତ 

ଶହୀଦ-ବଳିଦାନ ସହ ସ୍ବାଧିନତା-କାହାଣୀ ଜଡ଼ିତ

ଶହୀଦ ହେଲେ କେତେ ସ୍ବାଧିନତା ପାଇଁ

ପୁତ୍ର ସ୍ବାମୀ ପିତା ହରେଇବା କଥା ଅଛି ରହି

ସେଇ ବୀର ସନ୍ତାନଙ୍କ ଆତ୍ମବଳି ର କାହାଣୀ

ସ୍ୱର୍ଣାକ୍ଷରେ ଲିପିବଦ୍ଧ ଅଛି କେବେ ଲିଭିବନି।

ସ୍ବାଧିନତା-ସୁର୍ଯ୍ୟ ଉଦୟ ହେଲା ଭାରତ ବକ୍ଷରେ

ଅଖଣ୍ଡ ଭାରତ ବିଭାଜନ ହେଲା ପର ମୁହୂର୍ତରେ

ଭାରତର ପରିସୀମା ନିର୍ଦ୍ଧାରଣ ସେଇ ସମୟରେ।

ସ୍ଵତ୍ରନ୍ତ ଭାରତ ର ସମ୍ବିଧାନ ହେଲା ପ୍ରଣୟନ

ଭୀମ ରାଓ ଆମ୍ବେଦକରଙ୍କ ମୁଖ୍ୟ ଅବଦାନ

ଜାତୀୟ ପତାକା ଜାତୀୟ ସଙ୍ଗୀତ ଆମର

କହୁଅଛି ବଳିଦାନ କଥା ସେଇ ବୀର ଶହୀଦଙ୍କର

ସ୍ବାଧୀନତାର କାହାଣୀ ନୁହେଁ ମନ ଗଢା ଗପ

ଅଜର ଅମର କାହାଣୀ ଅଛି ଗୌରବର ଛାପ

ସ୍ବାଧିନତା-ସ୍ୱତନ୍ତ୍ରତା ଦିବସରେ ଉଜ୍ଜୀବିତ କାହାଣୀ

ଶହୀଦ-ବଳିଦାନ ସହ ଜଡ଼ିତ ସ୍ବାଧିନତା-କାହାଣୀ

ବୁଦ୍ଧିଜୀବୀ ମାନେ ଆମକୁ ବିଭ୍ରାନ୍ତ କରିଲେ

ପରଷ୍ପର ବିବାଦ ଓ ଘୃଣା ର ମଞ୍ଜିକୁ ବୁଣୀଲେ

ସେଇ ଦୃଷ୍ଟାନ୍ତ ଆଉ ନ ହେଉ ପୁନରାବୃତ୍ତି

ଏକତାର ମୂଳମନ୍ତ୍ର ହେଉ ଦେଶପ୍ରେମ ପ୍ରୀତି।

ଜାତି ଧର୍ମ ଉଚ୍ଚ ନୀଚ ଭେଦଭାବ ଭୁଲିବାକୁ ହେବ

ଏକତା ଓ ଅଖଣ୍ଡତା ର ଭାବନା ଯୋଡ଼ିବାକୁ ହେବ

ତ୍ରିରଙ୍ଗା ପତାକା ତଳେ ଆସ ଏକତ୍ରିତ ହେବା

ସାହସୀ ଶହୀଦ ମାନଙ୍କ ବଳିଦାନ ସ୍ମରଣ ରଖିବା

ଅନ୍ୟ ଉପରେ ନିର୍ଭର ନ ଥାଇ ହେବା ଉତ୍ସାହିତ

ବିଶ୍ଵ ଗୁରୁ ପଦରେ ଭାରତ ନିଶ୍ଚେ ହୋଇବ ଭୂଷିତ



Rate this content
Log in

Similar oriya poem from Abstract