ମହାନୁଭୂତି
ମହାନୁଭୂତି
ଖରାଦିନେ ଲୋକମାନେ କହନ୍ତି
ବର୍ଷା ଋତୁ ଆସିଥିଲେ ବହୁତ ଭଲ ହୁଅନ୍ତା
ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣ, ପ୍ରବଳ ଗୁଳୁଗୁଳି
ଝାଳ ବାହାରି ବ୍ୟତିବ୍ୟସ୍ତ କରିଦେଉଛି,
ବର୍ଷା ଋତୁ ଆସିଲେ ଚାରିଆଡେ ଦେଖିବ
କାଦୁଅରେ ସନ୍ତସନ୍ତିଆକୁ ମେଘୁଆ ପାଗ ପଦାକୁ
ବାହାରିବାକୁ ଜମାରୁ ଇଛା ହୁଏନାହିଁ
ପ୍ରବଳ ବର୍ଷାର ଘନଘଟା ମଧ୍ୟରେ
ବନ୍ୟା, ବାତ୍ୟାର ପ୍ରକୋପରେ, ମର୍ମାହତ ହୋଇ
ସମସ୍ତେ କହନ୍ତି ଶୀତ ଋତୁ ଆସିଥିଲେ
ଆମକୁ ଭରି ଭଲ ଲାଗନ୍ତା l
ଶୀତ ସିନା ଖାଲି ଲାଗନ୍ତା ହେଲେ ଏ ବର୍ଷାର
ପାଣି କାଦୁଅ ଓ ସନ୍ତସନ୍ତିଆ ଦୂରେଇଯାଆନ୍ତା l
କିନ୍ତୁ ଶୀତ ଋତୁ ଯେତେବେଳେ ଆସେ
ଶୀତର ପ୍ରକୋପରେ ସମସ୍ତଙ୍କୁ
ଭୀଷଣ ଭାବରେ ଥରହର କରିଦିଏ l
ସମସ୍ତେ ନିଆଁକୁ ଆବୋରି ବସନ୍ତି l
ସେତେବେଳେ ଅଗ୍ନିକୁ ସାକ୍ଷୀ ରଖି କହନ୍ତି
ଶୀତ ଦିନ କିଛି ଭଲନାହିଁ l
ଶୀତରେ ଥରିଥରି , ଯାଦୁ, କାଛୁ, କୁଣ୍ଡିଆକୁ
ରାମ୍ପିରାମ୍ପି ଆମର ଦିନ ଯାଉଛି l
ତେଣୁ ଖରାଦିନ ଆସିଥିଲେ ଭରି ଭଲ ହୁଅନ୍ତା
ଲୋକେ ସବୁ ଋତୁକୁ ଭଲ ପାଆନ୍ତି ଆଉ
ପ୍ରଶଂସା ମଧ୍ୟ କରିଥାନ୍ତି l କିନ୍ତୁ ଲୋକ ଦେଖାଣିଆ
ବିଭିନ୍ନ ବାହାନା ସବୁ କରିଥାନ୍ତି l
ତେଣୁ ହୃଦୟର ସହ ସବୁ ଋତୁକୁ ଓ ପରିବେଶକୁ
ଖlପଖୁଆଇ ଚଳିଲେ ସବୁ ଋତୁ ଭଲ ଲାଗିବ l
