STORYMIRROR

Sunanda Mohanty

Romance

4  

Sunanda Mohanty

Romance

ମହାନାୟକ

ମହାନାୟକ

1 min
232


ଗୁଣ ଚିହ୍ନେ ଗୁଣିଆ 

ସୁନା ଚିହ୍ନେ ବଣିଆ 

ଗୁଣବତ୍ତା ସବୁକୁ 

ସହୃଦୟତା ଲୋଡ଼ା ଚିହ୍ନିବାକୁ 

ସେସବୁ ନିଶ୍ଚୟ ସ୍ୱର୍ଗୀୟ କଳା 

ତୁଚ୍ଛାରେ ମିଛରେ ଖାଲି ବାଉଳା 

ପ୍ରତ୍ୟକଙ୍କ ଭିତରେ କିଛି ନା କିଛି 

ଅନ୍ୱେଷଣ କଲେ ବୁଝି ହେଉଛି 

ପରିପ୍ରକାଶ ପାଇଁ 

ସ୍ଥାନ କାଳ ପାତ୍ର ଲୋଡ଼ା ହୁଅଇ 

ରକ୍ତମାଂସଧାରୀ ମନୁଷ୍ୟ

 ମନରେ ଭରି ବିଷ ପୀୟୂଷ 

କେଉଁ ପଲା ହେବ କେବେ ଭାରି 

ପରିସ୍ଥିତି ଯାହା ଆସୁ ଆବୋରି 

ଡାକୁଥିବା ଯଦି ରକ୍ଷା କର ହେହରି 

ଯାହା ଦେଇଛ ନିଅନା ରଖ ମୋହରି 

କି ଦେଇ ଅବା କରି ପାରେ ସନ୍ତୁଷ୍ଟ 

କିଛି ଚାହାନ୍ତି ନାହିଁ ପରମାତ୍ମା ଅଭୀଷ୍ଟ 

ଲୁହ ଟିକେ ଥରେ ଦେଇକି ଦେଖେ 

ଦେଖିନି ବିଶ୍ୱ, ପାଏ ପାଖେ ପରଖେ 

ସେ ଆବେଗ ଅନୁରାଗ ଆର୍ଶୀବାଦ 

କଳନା କରିବା ମୂର୍ଖାମୀ ଭାବେ 

ଫେରାଇ ଦିଅନ୍ତି ସେ କେଉଁ ବାଟେ 

ଏତିକି ବୁଝିଛି ଏ ବିପଣୀ ହାଟେ 

ମୁଁ ବିରହୀଣୀ ତୁମେ ମହାନାୟକ 

ଲୁହର ଅର୍ଥ ତୁମ ପାଇଁ ଏକରେ ଅନେକ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance