STORYMIRROR

Sangram Moharana

Classics Inspirational Others

3  

Sangram Moharana

Classics Inspirational Others

ମହାନ ତ୍ରିରଙ୍ଗା

ମହାନ ତ୍ରିରଙ୍ଗା

1 min
51

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ସେ ଜନ୍ମ ନେବ

କାହା ସାଇକେଲର ହ୍ୟାଣ୍ଡେଲରେ

ତ ପୁଣି ବଡ ବଡ ଖୁଣ୍ଟରେ

କାହା ଟି ସାର୍ଟରେ ,

ତ ପୁଣି କାହା ମୁହଁରେ

ପିଲା ଠୁ ବଡ ଯାଏଁ ପୋତିଦେବେ ସମ୍ମାନରେ

କେତେ ଯେ ଚିତ୍ର ଆଙ୍କିବେ ତତେ ନେଇ ସୋସିଆଲ ମିଡିଆରେ,

କେତେ ଟିଭିର ନଜର ଆସିବ

କେତେ ବୁଲେଟିନ୍ ସାଜିବ

କିନ୍ତୁ ପର ଦିନ ଭୁଲିଯିବେ ସବୁ ଅସରାଏ ବର୍ଷା ଭାବି

ହେଲେ ତୁ କିନ୍ତୁରହିଥିବୁ ମୋ ହ୍ରୁଦୟରେ ସବୁଦିନ ସାଜି

ସତରେ ତୋର କି ଭାଗ୍ଯ,

କେତେବେଳେ ଆକାଶରେ ଉଡୁ ଫର ଫର

ପୁଣି ଘୋଡେଇ ହେଇ ଯାଉ ସହିଦର ଘର

ଆଜି ପରି ଦିନରେ ତତେ ଟିକେ ଅଧିକା ଆଦର

ଅନ୍ୟ ବେଳେ ତୁ ନିଜେ ହତାଦର

ପୁରା ବିଶ୍ୱରେ ତୁ ସବୁଠୁ ମହଙ୍ଗା

ହଁ ତୁ ଭାରତ ବର୍ଷର ତ୍ରିରଙ୍ଗା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics