ମହାମାରୀ
ମହାମାରୀ
ମହାମାରୀ ସାଜି କୋରନା ଆସିଛି
ନାଶିବ ମନୁଷ୍ୟ ପ୍ରାଣ,
କବଳରେ ତାର ନେଇ ସାରିଲାଣି
ସାରା ବିଶ୍ବ ଦେଶମାନ ।
ନ ରହିଲେ ସାବଧାନ...
ନିଜେ ନିଜ ଶତୃ ବୋଲି ହେବ ଗଣା
ମନେ ରଖ ଦେଇ ମନ ।
ସାବୁନରେ ହାତ ସଦା ଧୋଉଥିବ
ମୁଖେ କପଡାକୁ ଦେବ,
କାଶ, ଥଣ୍ଡା, ଛିଙ୍କ ଟିକେ ଜଣାଗଲେ
ଔଷଧ ଯାଇ ଆଣିବ ।
ଅନ୍ୟ କୁ ବୁଝାଇ ଦେବ...
କଥା ହେଲା ବେଳେ ଦୂରତାକୁ ରଖି
ନମସ୍କାର ଜଣାଇବ ।
ବାହାର ଦେଶରୁ ଯଦି ଆସେ କେହି
ସରପଞ୍ଚଙ୍କୁ କହିବ,
ରୋଗର ଲକ୍ଷଣ ସନ୍ଦେହ ଲାଗିଲେ
ଡାକ୍ତର ପାଖକୁ ନେବ ।
ନିଜେ ସଚେତନ ହେବ...
ଅନ୍ୟକୁ ଏକଥା ବୁଝାଇ କହିଲେ
ସଭିଏଁ ସୁସ୍ଥ ରହିବ ।
