Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଅଜୟ କୁମାର Ajaya Kumar ବେହେରା Behera

Inspirational Others

4.3  

ଅଜୟ କୁମାର Ajaya Kumar ବେହେରା Behera

Inspirational Others

ମହାମାରୀ ମୁକାବିଲା

ମହାମାରୀ ମୁକାବିଲା

1 min
220



ବିପଦ କାଳରେ ଅଧିର ହୋଇବା

    ନୁହେଁ ବିଜ୍ଞ ପରିଚୟ ।

ଧର୍ଯ୍ୟର ସହିତ ମୁକାବିଲା କଲେ

   ଅବଶ୍ୟ ଲଭିବା ଜୟ ।

ଶାରୀରିକ ସ୍ଥରେ ରହି ଦୁରତ୍ୱରେ

    ଏକାଠି କରିବା ମନ ।

ପ୍ରଶାସନ ସଙ୍ଗେ ସହଯୋଗ କରି

    ମାନିବା ନୀତି ନିୟମ ।

ଜୀବିକା ବଞ୍ଚେଇ ବଞ୍ଚିବା ସମସ୍ତେ

    କୋରନା ସହିତ ଲଢ଼ି ।

ଆଦମ କାଇଦା ମାନୁଥିଲେ ଆମେ

     ଆଗକୁ ପାରିବା ବଢି ।

ଅଯଥାରେ କେବେ ବାହାରେ ନବୁଲି

    ଗୃହରେ ରହିବା ସର୍ବେ ।

ମୁହଁ ନାକ ଢାଙ୍କି ମୁଖା ବାନ୍ଧୁଥିବା

  ବାହାରକୁ ଯିବା ଯେବେ ।

ବାରମ୍ବାର ଆମ ହାତକୁ ଧୋଇବା

    ରଖିବା ଜୀବାଣୁ ଶୂନ୍ୟ ।

ଗହଳିକୁ କେବେ ପ୍ରଶୟ ଦେବାନି

    ଦୂରତାକୁ ଦେଇ ଧ୍ୟାନ ।୫।

ଖାଦ୍ୟ ପାନୀୟର ସନ୍ତୁଳନ ରଖି

   ପେଟ କରିବାନି ଖାଲି ।

ଥଣ୍ଡା ଖାଦ୍ୟଠାରୁ ଦୁରେଇ ରହିବା

   ଫାଷ୍ଟ ଫୁଡ଼ ଯିବା ଭୁଲି ।

ନିଶା ଅଭ୍ୟାସକୁ ପରିତ୍ୟାଗ କରି

    ପିଇବା ଉଷୁମ ପାଣି ।

ପ୍ରତିଦିନ ଆମେ ଏକ ଘଣ୍ଟା ପାଇଁ

   ଖରାରେ ବସିବା ପୁଣି ।

ସଂକ୍ରମିତ ହେବା ସନ୍ଦେହ ଆସିଲେ

     ଡାକ୍ତରଖାନାକୁ ଯିବା ।

ପରାମର୍ଶ କରି ପରୀକ୍ଷା କରେଇ

   ସନ୍ଦେହ କରିବା ଦୂର ।

ଟୀକାକରଣରେ ସହଯୋଗୀ ହେବା

   ନେବା ଦୁଇଥର ଟୀକା ।

ଅନ୍ୟ ସମସ୍ତଙ୍କୁ ପ୍ରେରିତ କରିବା

   ହୃଦୟେ ନରଖି ଶଙ୍କା ।

ସମୟ ସହିତ କୋରନା ଆସିଛି

     ରହେ ଯଦି ସବୁଦିନ ।

ଆମ ଶରୀରକୁ ଆମେ ସଜାଡ଼ିବା

      ସ୍ଥିତି କରି ଅନୁଧ୍ୟାନ ।

ଟୀକା ନେବା ପରେ ଆଦମ କାଇଦା

   କେବେ ବି ଭୁଲିବା ନାହିଁ ।

ନୀତି ନିୟମରେ ଚଳିଲେ ସମସ୍ତେ

   କୋରନା ଯିବ ଦୂରେଇ ।


Rate this content
Log in