STORYMIRROR

Subhalaxmi Nayak

Inspirational Children

3  

Subhalaxmi Nayak

Inspirational Children

ମହାଦ୍ରୁମ

ମହାଦ୍ରୁମ

1 min
199

ଆଜି ବୀଜଟିଏ ବୁଣିଲି ମାଟିରେ

ଅତି ସନ୍ତର୍ପଣରେ ନେଇ

ଅପେକ୍ଷାରେ ଅଛି କେବେ ସେ

ବୀଜରୁ କଅଁଳିବ ପତ୍ର ପୁଣି।

ପ୍ରତିଦିନ ବୁନ୍ଦାଏ ବୁନ୍ଦାଏ

ଜଳ ସିଞ୍ଚି ଦିଏ ଅତି ଯତନ କରି

ମୌସୁମୀ ଆସୁ ଆସୁ ବରଷା ଛୁଆଁରେ

ବୀଜପତ୍ର ଆସେ କଅଁଳି।

ଏମିତି ଏମିତି ଦିନ ପରେ ଦିନ

ବିତି ଚାଲି ଯାଇଥିବ

ଛୋଟିଆ ବୀଜରୁ ମହାଦ୍ରୁମ ପାଲଟି

ସେ ଆମକୁ ଫୁଲ ଫଳ ଛାୟା ଦେବ।

ଗୋଟିଏ ଗଛର ଉପକାରିତା ଯିଏ

ଅନ୍ତରରୁ ବୁଝି ଥିବ

ସେ ମଣିଷ ସାଜି ପ୍ରକୃତିର ବନ୍ଧୁ

ଗଛଟିଏ ଲଗାଇବ

ଗଛଟିଏ ଲଗାଇବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational