STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ମହାଭାରତର କାହାଣୀ: କର୍ଣ୍ଣ ବଦ୍ଧ

ମହାଭାରତର କାହାଣୀ: କର୍ଣ୍ଣ ବଦ୍ଧ

1 min
176

    

ଶୌର୍ଯ୍ୟ ବୀର୍ଯ୍ୟଧାରୀ ଅଂଶୁମାନ ସହ

      ପିରତି ରଚନା ବଳେ

କୁମାରୀ ବୟସେ ପ୍ରେମ ଆବେଦନେ

     କୁନ୍ତୀ ମାତୃତ୍ବ ଲଭିଲେ ।।

କର୍ଣ୍ଣ ଜନ୍ମ କରି  ସତୀତ୍ବ  ଅର୍ଜନେ

    ନାମ ସିନା ରଖିଗଲେ

ନବଜାତେ ନଦୀ ଜଳରେ ଭସାଇ

     ଦୁର୍ଗତିକୁ  ଆମନ୍ତ୍ରିଲେ ।।

ଜଳରୁ ଉଠେଇ  ନେଇଣ ଧୀବର

     ପୁତ୍ରବତ  ପାଳିଥିଲେ

ସେଇ ପିଲା ଦିନେ କର୍ଣ୍ଣ ପରି ବୀର

   ଜଗତରେ ବୋଲାଇଲେ ।।

ପର୍ଶୁରାମ ଠାରୁ  ଧନୁର୍ବିଦ୍ୟା ଶିଖି

    ମହା ଯୋଦ୍ଧା ହୋଇଗଲା

ଦ୍ରୌପଦୀ ଲଭିବା ଆଶା ରହିଲାନି

   ପିତୃ ଗୋତ୍ର ବାଧାଦେଲା ।।

କୁରୁସଭା ମଧ୍ୟେ ସ୍ବୟଂମ୍ବର ବେଳେ

     ଅପମାନ ପାଇଥିଲେ

ମାନି ଦୁର୍ଯ୍ୟୋଧନ ମିତ୍ର ରୁପେ ବରି

   ଅଙ୍ଗ ଦେଶ ଦେଇଥିଲେ ।।

କୁତ୍ସିତ କଟାକ୍ଷ କରି କର୍ଣ୍ଣ ବୀର

     ମାନ ସମ୍ମାନ ହାରିଲେ

ପ୍ରତିହିଂସା ବହ୍ନି ଅର୍ଜୁନ ପ୍ରାଣରେ

    ଅକାରଣେ ଲଗାଇଲେ ।।

ଭୂମି ଦେବୀ ସଙ୍ଗେ ଗୁରୁ ଅଭିଶାପ

   ଭାଗ୍ୟେ ତାଙ୍କ ଫଳିଗଲେ

ଯୁଦ୍ଧରେ ଦିବ୍ୟାସ୍ତ ପ୍ରୟୋଗର ମନ୍ତ୍ର

   ଅନାୟସେ  ଭୁଲିଗଲେ ।।

ରଥ ଦବିଗଲା ବୀର ଯୋଦ୍ଧାଙ୍କର

     ପରାକ୍ରମ ସରିଗଲା

ନିହତ ହୋଇଲେ ଅହଂକାର ପାଇଁ

     ନାମ ମାଟିରେ ମିଶିଲା ।।

  


Rate this content
Log in

Similar oriya poem from Tragedy