STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ମହାଭାରତ

ମହାଭାରତ

1 min
224


ଅଠର ଦିନର ମହାଭାରତରୁ

ଯେଉଁ ଓଳିକ ରହିଛି ବାକି

ତାକୁ ଶେଷ କରିବା ପାଇଁକି

ଭାରତବର୍ଷରେ ଚାଲିଅଛି

ପରା ହୀନ ରାଜନୀତି!!

ଭାଷା ଧର୍ମ ବର୍ଣ୍ଣ ଜାତି

ଲିଙ୍ଗ ଅଞ୍ଚଳ ସୀମା ସରହଦ

ବିଭେଦ ରଚି ଆନନ୍ଦ ମନରେ

ତୁଙ୍ଗ ନେତାଏ ନାଚନ୍ତି

ଛାତିକୁ ମିଶାଇ ଛାତି

ସାଥିରେ ଧରି ସୁରା ସାକୀ!!

ସନ୍ତ୍ରାସବାଦୀ ବିଚ୍ଛିନ୍ନତାବାଦୀ

ମାଓବାଦୀ ନାମେ ଯେତେ

ଆତଙ୍କ ପୂଜାରୀ ବିଭାଜନକାରୀ

ନିରୀହ ଜନତା ଶୋଣିତେ

ଖେଳନ୍ତି ହୋଲି ଭିଆଇ ତାଣ୍ଡବ ନିତି!!

ଯେଉଁ ଭୂଖଣ୍ଡରୁ ଦିନେ ଅହିଂସା

ବାରତା ବିଶ୍ବେ ଯାଇଥିଲା ସଞ୍ଚରି

ସେହି ପାବନ ଭୂମିରେ ଆଜି

ହିଂସାର ଚାଲିଛି ଅଖଣ୍ଡ ରାଜୁତି!!

କ୍ଷେତ ଖଣି ଖାଦାନ ବାଗାନର

ଯେତକ ଅମୂଲ୍ୟ ସମ୍ପଦ

ପରଦେଶୀ ବଣିକ ଲୁଟି ନିଅନ୍ତି

ମାଟିର ମଣିଷ ଖଟନ୍ତି ବେଠି

ପ୍ରତିବାଦେ ମିଳେ ବୁଲେଟ୍ ଭେଟି!!

ମନର ପୀଡ଼ା କହିବା କାହାକୁ

ଅଜାଗା କ୍ଷତ ହୁଏନି ଦେଖି

ଅପ୍ରିୟ ସତ୍ୟ ହେଲେ ପ୍ରଘଟ

ତୁଚ୍ଛାକୁ ଲାଞ୍ଛିତ ହୋଇବ ଜାତି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics