Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Abstract Classics Inspirational

3  

Dr.Soumya Ranjan Khatua

Abstract Classics Inspirational

ମହାବାହୁ ହେ ଝରାଇବି ଲୁହ ଯେ କେତେ

ମହାବାହୁ ହେ ଝରାଇବି ଲୁହ ଯେ କେତେ

1 min
170


ମହାବାହୁ ହେ ମହାବାହୁ ଝରାଇବି ଲୁହ ଯେ କେତେ ,

ତୁମେ ଦୁଃଖୀ ଦୁଃଖ ହାରୀ ବୋଲି ତୁମକୁ ଜଣାଉଛି ମୁଁ ଏତେ ,

ଭାବଗ୍ରାହୀ ତୁମେ ବୁଝିଲନି ଥରେ ମୋ ମନରେ ବ୍ୟଥା ଯେ କେତେ ,

ତଥାପି କାହିଁକି ତୁମେ ଲାଗ ଅତି ଆପଣାର ମୋତେ । ୧

      

କା ଓଠେ ଦେଇ ଧାରେ ମିଠା ହସ ସଫଳତାର ସ୍ୱାଦ ଜୀବିତେ ,

ଲିଭାଅ ତା ମନୁ ଦୁଃଖ କଷ୍ଟର ପରଶ ତୁମ କରୁଣା ଉଦିତେ , 

ଆନନ୍ଦ ମନରେ ଭାସିଯାଏ ସେ ଖୁସିର ଲହରୀ ସାଥେ ,

ହେଲେ ଦୁଃଖ ଯେ ମୋ ଜୀଵ ଜୀବନ ସାଙ୍ଗିଆ ସତେ । ୨


ଭଜି ଭଜି ତୋ ନାମ ହେ ଚକାନୟନ ଚାଲି ଯାଉ ଏ ଜୀଵ ସତେ ,

ଲୋଡା ନାହିଁ ମୋର ଓଠରେ ସେ ହସ ଯିଏ ତୁମଠୁ ଦୂରାଏ ଅନ୍ତେ ,

କିଆଁ ସଜେଇବି ମନକୁ ଗର୍ବେ ପାଇ ସେ ମିଛ ଵସ୍ତୁଭୋଗ୍ୟ ସୁଖର ପରସ୍ତେ ,

ଭରିଦିଅ ମୋ ଆଖିରେ ଲୋତକ ଯାହା ତୁମପାଇଁ ଝରାଇପାରିବି ମୁଁ ଯେତେ । ୩

    

କଳାକାର ମୁଁ ଅଢେଇ ଦିନର ଏ ମିଛ ଦୁନିଆର ,             

ମୁହେଁ ରଙ୍ଗ ନ ବୋଳି କରୁଛି ଅଭିନୟ ନାହିଁ ପୂର୍ବପ୍ରସ୍ତୁତି ମୋର ,

ତୁମ ଶ୍ରୀପୟର ସତକୁ ଘୋଡେଇ ଦେଉଛି ଏଠି ଅହଂ ମିଛ ବସ୍ତୁବାଦୀ ଦୁନିଆର ,

ହେ ମହାବାହୁ ଏତିକି ଅଳି ଅଭିନୟ ସରେଇ ବାହୁଡ଼ିଲେ ଦିଅ ଆଶ୍ରା ଶ୍ରୀ ଚରଣେ ତୁମ୍ଭର ।୪


Rate this content
Log in

Similar oriya poem from Abstract