STORYMIRROR

Hrushikesh Satpathy

Inspirational

2  

Hrushikesh Satpathy

Inspirational

ମହା ସୁଖୀ

ମହା ସୁଖୀ

1 min
13.9K


ସୁଖ ପାଇବାକୁ

ସମସ୍ତେ ଚାହାନ୍ତି

ସୁଖ ଖୋଜିବାରେ

ରାହା ତାଙ୍କୁ ଜଣା ନାହିଁ ।

ଅଳପ ଦୁଃଖ ବି

ସାଉଁଟି ନେବାକୁ

ଛୋଟ ମନଟିଏ

ତାଙ୍କ ପାଶେ ଜମା ନାହିଁ ।

ସୁଖ ଦୁଃଖ ଭରା

ଆମ ଏ ସଂସାର

ଦୁଃଖ ବିନା ସୁଖ

କାହାରି ଭାଗ୍ୟେ ଯୁଟେ ନା।

ନିଜର ସୁଖକୁ

ପରକୁ ବାଣ୍ଟିଲେ

ସିଏ ମହା ସୁଖୀ

ତା'ପାଖେ ଦୁଃଖ ପଶେ ନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational