STORYMIRROR

Gangotri Priyadarshini

Abstract Inspirational

3  

Gangotri Priyadarshini

Abstract Inspirational

ମହା ଶୂନ୍ୟ

ମହା ଶୂନ୍ୟ

1 min
198

ସବୁତ ଶୂନ୍ୟ .........

ମହା ଶୂନ୍ୟରେ ପୁଣି ମୋହ

ସୁନ୍ଦର ବ୍ୟତିକ୍ରମ ଟେ

ଜନ୍ମ ରୁ ମୃତ୍ୟୁ ......

ମୋହାନ୍ଧ ଯାତ୍ରା

କିଏ କହିବ ଛାତିରେ ହାତ ଦେଇ

ଯାତ୍ରାର ଶେଷ ଦୃଶ୍ୟ କଣ ହେବ !!!

ଅସ୍ପଷ୍ଟ ଚିତ୍କାର .....

ନ ଶୁଣିଲା ପରି;

ଦୋୖଡି ଦୋୖଡି

ଧଡାସ୍ କରି ତଳେ ପଡ଼ିବାର ଶବ୍ଦ

କିଏ ପ୍ରକୃତିସ୍ଥ କୁହତ !!!

ସମ୍ପର୍କ ର ଅଡ଼ୁଆ ଜାଲ

ଦୁଃଖ ସୁଖର

ଦଲକାଏ ଦଲକାଏ ପବନ

ଅମ୍ଳଜାନ ଠୁ ବି ମୂଲ୍ୟହୀନ

ଆଖି ବୁଜି ବୁଜି .........

ଅଭିନୟ ରେ କି ଲାଭ ଯେ

ଆଜିକୁ ମଲେ କାଲି କୁ ଦି ଦିନ !!!

କିଏ ମନେ ରଖିବ ......

ଏଠି ଖୁବ୍ ସନ୍ତର୍ପଣେ ଚାଲେ


ନିଶ୍ବାସ ଆଉ ପ୍ରଶ୍ୱାସ ର ବିକ୍ରି ବଟା

ମୂଲ୍ୟ ନାହିଁ ତ ଶୂନ୍ୟତା କୁ ଆପଣା କର !!!

ଦେଖ ସେଇଠି ଯିଏ .....

ଚିର ନିଦ୍ରାରେ ଯାଇଛି ଶୋଇ

ଦିନେ ଥିଲା କାହାର

ଆତ୍ମୀୟ ସ୍ୱଜନ କି

ଭଉଣୀ ଭାଇ !!!

ମିଥ୍ୟା ଅହଂକାର .....

ଗର୍ବ ଗଉରବ

ପଦ କି ମର୍ଯ୍ୟାଦା

କି ଲାଭ କୁହ !!!!

ଶୂନ୍ୟତା ମହା ଶୂନ୍ୟତା ଆଉ ଶୁନ

ଜୀବନ କୁ ପିଇ ଯିବାର 

ତୃଷା ରେ ଏ କି ରୋମାଞ୍ଚ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract