STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମହା ପ୍ରସାଦ

ମହା ପ୍ରସାଦ

1 min
141


ତୁମ ମହା ପ୍ରସାଦ ପାଇବାକୁ

    ହୋଇଛି ମନ ମୋର

ଶ୍ରୀ ମହା ପ୍ରସାଦ ତୁଣ୍ଡ ମୋ ପାଇଲେ

    ତରି ଯିବି ଭବ ସାଗର ।


ତୁମରି ପ୍ରସାଦ ଦେଲ ବନ୍ଧୁ ମହାନ୍ତି ଙ୍କୁ

   ହରି ନେଇ ଥିଲ ସବୁ ଦୁଃଖକୁ

ଭକ୍ତ ପାଇଁ ଖାଇଲ ଖିରି ପ୍ରସାଦକୁ

     ଅଲାର ନାଥ ହେଲ ଯୁଗ ଯୁଗକୁ ।


ତୁମ ଆନନ୍ଦ ବଜାରକୁ ଯିବି

      ଡୋରି ଲଗାଅ କୈବଲ୍ୟ ଠାକୁର


ସୁଦାମା ର ଖୁଦ ଭଜାକୁ ଖାଇଲ

   ଭାବ ର ନଡ଼ିଆ ଦାସିଆ ର ନେଲ

ଶବରି ର ଭକ୍ତି ରେ ଅଇଁଠା ଖାଇଲ

   ବିଦୁର ସାଗ ଭଜା ଖାଇ ତୁପ୍ତ ହେଲ


ତୁମ ମହା ପ୍ରସାଦରେ ଦୁଃଖ ହରି ନିଅ

   ଏତିକି ବିନତି ମୋର


ମା ମହା ଲକ୍ଷ୍ମୀଙ୍କ ସୁଦୟା ଥାଏ

  ଛପନ ଭୋଗ ନୀତି ରୋଷ ଘରେ ହୁଏ

କଣିକାଏ ନିର୍ମାଲ୍ୟ ମୁକତି କରାଏ

   ଜନମ ଜନମ ପାପ ସବୁ ହରିନିଏ


ମୋ ପରି ପାପୀକୁ ଦେବ କିହେ ପ୍ରଭୁ

   ଶରଣ ନେଇଛି ଚରଣେ ତୁମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics