ପ୍ରଶାନ୍ତ କୁମାର ବେହେରା

Romance

3  

ପ୍ରଶାନ୍ତ କୁମାର ବେହେରା

Romance

ମଗନ ବେଳା

ମଗନ ବେଳା

1 min
118



କି ମଧୁ ରହିଛି 

କହଲୋ ତୋ ସୁରେ

କି ଯାଦୁ ଜାଣିଛୁ ଭଲା l


ମନ ଅଳି ମୋର

ନିତି ଗୁଣୁଗୁଣୁ 

ମନ ମୀନ ଜାଲେ ମଲା l


ଆଖିରେ ତୋ'ର 

ଇନ୍ଦ୍ରଜାଲ ଲୋ

ସୁରେ ତୋର ପଦ୍ମତୋଳା l


ମଣିରାଜ ମଣି

ଛଡାଇ ରଖିଛୁ କେଉଁଠି

କହିବୁକି ଧୀରେ ବାଳା l


କି ଅଂଜନ ନାଇଛୁ 

ଆଖିରେ ମୋର ଲୋ

କଲି ତୋତେ ହୃଦ ମାଳା l


ତୋର ନାମ ମାଳା ଜପି

ରୂପ ରସେ ମଜ୍ଜି

ସକଳ ଭୁଲିଲି ଭଲା l


ହେଲେ ଇନ୍ଦ୍ରଜାଲ ତୋ'ର

କାଟିବି ନାହିଁଲୋ

ନତୁଟୁ ମଗନ ବେଳା l


ଏଇ ଲଗନରେ

ମହୁଆ ନିଶାରେ

ସପନ ଦେଖିବି ବାଳା l



Rate this content
Log in

Similar oriya poem from Romance