STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ମେଘମହ୍ଲାର

ମେଘମହ୍ଲାର

1 min
208


ମୌସୁମୀ ଖେଳେ ଲୁଚକାଳି

ମେଘ ସାଥେ ପିଚକାରୀ

କେବେ କେଉଁ ଆଡ଼େ ଘୁରି

ସ୍ଵଳ୍ପ, ଅଳ୍ପ ବହୁଳ ସ୍ଥାନ ବାରି କରି

ମେଘର ସବାରୀରେ ବର୍ଷାର ମେଘାୟନୀ

ଚୁନୁରି ଦେଖି ମୟୂର ଆଜିକାଲି ବିଭୋର ହୁଏନି

ଛମ ଛମ ଚାଲି ପକାଇ ବାଦଲ ନାଚୁନି

ପ୍ରିୟତମା ଏବେ ଏବେ ବିଭୋର ହୁଏନି

ଦେଖିନି ବି ମେଘ ଲୁଚକାଳି ଖେଳ ଖୋଲି ବାତାୟନୀ

ମେଘର ମାନମାନି ବର୍ଷା ଆହ୍ଲାଦିନୀ

ଚାଷୀ ପୁଅ ଠେକା ଭିଡ଼ି ବିଲକୁ ଯାଉନି

କେବେ କେବେ ଚାହିଁ ଦିଏ ଆକାଶକୁ

ଆସିବକି ଚପଳା ସାଥେ ବାଜା ବଜାଇ ମନ୍ଦାକିନୀ

ସାଧବ ବୋହୁ ଗାତପଶା ନିଆଁଜଳା କହିଲାଣି

କହାକୁ କହୁଛି କେଜାଣି

ହୁଏତ ବରଷାକୁ କି ମେଘ ସବାରୀକୁ ଅବା

କହାକୁ ବୁଝି ବି ହେଉନି

ମେଘମହ୍ଲାର ଗାଇ କବି କାଢେ ତା ଲେଖନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama