STORYMIRROR

Satyabati Swain

Tragedy

3  

Satyabati Swain

Tragedy

ମେଘ ରଂଗୀ ଝିଅ

ମେଘ ରଂଗୀ ଝିଅ

1 min
371

ମୁହଁରେ କ୍ରିମ ଲଗାଇଲି

ଫାଉଣ୍ଡେସନ ହାଲ୍କା ଘଷିଲି

ଶାଢ଼ୀକୁ ମ୍ୟାଚ୍ କରି

ବିନ୍ଦି, କାନ, ବେକ ,ଚୁଡ଼ି

ନେଲପଲିସ୍ ,ଲିପିଷ୍ଟିକ ନାଇଁଲି

ଆଇ ଲାକ ଲଗାଇ

ଆଇ ଆଇରନ କଲି

ଭ୍ରୁଲତା ଧନୁପରି ଚାଞ୍ଚିଲି

ତା ସହ ଚପଲ ବି ମ୍ୟାଚ୍ କଲି। 


ଡ୍ରେସିଂ ଆଇନାରେ

ଶାଢ଼ୀ କୁଞ୍ଚ 

ଖୁବ୍ ସୁନ୍ଦର ଭାବେ ସଜାଇଲି

କାନ୍ଧ ବି ସାଇଜି କରି

ପିନ୍ ମାରି 

କାନିକୁ ଆସ୍ତେକି ଡାହାଣ କାନ୍ଧରେ ପକାଇ

ଘୁରି ଘୁରି ଆଗ ପଛ କେମିତି ହୋଇଛି ଦେଖିଲି।


ଯେତେ ସଜ ହେଲେ ବି

ମୁଁ କଣ ସୁନ୍ଦରୀ ହୋଇ ପାରିବି

ମେଘ ରଂଗୀ ଝିଅଟାମୁଁ

ଅଭିଶପ୍ତ ଜୀବନ

ରଙ୍ଗ ଯୋଗୁ ସବୁ ସଜ

ବେକାର 

କାହାର ପସନ୍ଦ ନୋହିଲି।


ବାହା ବୟସ ଗଡି ଯାଏ

ମନ ମୋ ଶୁଖୁଥାଏ

ପଚାରେ ତୁମକୁ

ମେଘ ରଂଗୀ ଝିଅ ହେବା କଣ ପାପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy