ମେଘ ରାତି
ମେଘ ରାତି
ମେଘର ରାତିରେ ପ୍ରିୟାକୁ ଖୋଜି ମୁଁ ହୋଇଥିଲି ବାଟବଣା
ବିଜୁଳି ଚମକେ ଘଡଘଡି ଶଦ୍ଦେ ଶୁଭୁଥିଲା ତା ବାହୁନା
ବରଷା ପବନ ବତାସର ମାଡେ ଭାଙ୍ଗିଗଲା ମୋର ବୀଣା
ମେଘର ରାତିରେ ।
ଖୋଜି ଖୋଜି ମୁହିଁ ହତାସ ହୋଇଲି ଭେଟ ନ ହୋଇଲା ପ୍ରିୟା
ମୋ ସପନ ଭାଙ୍ଗି ଚୁନା ହୋଇଗଲା କିଏ ଦେବ କୁହ ରାହା
କାଳ ଦଇଶାଖୀ ରାତିରେ ସେଦିନ ପ୍ରେମ ହେଲା ବିକାକିଣା
ମେଘର ରାତିରେ ।
ମୂଲଚାଲ କରି ଥକି ମୁଁ ପଡିଲି ପ୍ରୀତି ହେଲା ମହରଗ
ଅରଣ୍ୟ ରାଇଜ ହାତ ଠାରୁଥିଲା ବଢୁଥିଲା ଧିରେ ବେଗ
ମନରେ ଆଶଙ୍କା ପ୍ରେମରେ ଭରଷା ହୋଇଗଲା ଚୁନା ଚୁନା
ମେଘର ରାତିରେ ।

