ମଦର ପରମ ଭକ୍ତ
ମଦର ପରମ ଭକ୍ତ
ମାଆ ପାଇଁ ଯେପରି
ପୁଅଟିଏ ଅତି ମୂଲ୍ୟବାନ
ପ୍ରେମିକ ପାଇଁ ସେପରି
ପ୍ରେମିକାଟିଏ ଅତି ମୂଲ୍ୟବାନ
କାହାର ଟଙ୍କା ତ, କାହାର ସମ୍ପତ୍ତି
କାହା ପାଇଁ ସମୟ ତ'
ଆଊ କାହା ପାଇଁ ଲେଖା
କାହା ପାଇଁ ଜୀବନ ତ'
ଆଊ କାହା ପାଇଁ ଯଉବନ
ଏତେ ବଡ ଦୁନିଆରେ ଯିଏ
ନିଜର ସର୍ବସ୍ବ ହରାଇ ସଦା
ଜଣଙ୍କ ପଛରେ ନିଜେ ଧାଇଁ ଧାଇଁ
ନିଜର ଥିବା କୁଟୁମ୍ବକୁ ପର କରି
ଜୀବନ ଦେବାକୁ ମଧ୍ୟ କେବେହେଲେ
ସିଏ ପଛ ଘୁଞ୍ଚା ଦିଏ ନାହିଁ,
ସେହି ନିଶାରେ ନିଜେ ଖୁସି ତ
ଆଊ କିଛି ତାକୁ ଦରକାର ନାହିଁ
ସେ କିଏ ଜାଣିଛ ଭାଇମାନେ
ସେ ହେଉଛି ଏକ ନମ୍ବର
ମଦର ପରମ ଭକ୍ତ - 'ମଦୁଆ' ।
