ମଦର ନିଶା
ମଦର ନିଶା
ପିଉ ଥାଏ ସେ କୁସଙ୍ଗେ ପଡି
ଚାଲି ନ ପାରି ଯାଏ ହାବୁଡ଼ି,
ରାସ୍ତାରେ କରେ କେତେ ତାମସା
ଦୁଇ ଅକ୍ଷରୀ ହୁଏ ବରଷା ।।
।। ଏହିତ ମଦର ନିଶା,
ଏହିତ ମଦର ନିଶା ।।
ବିକି ଭାଙ୍ଗି ସବୁ ଖାଇ ଚାଲେ
ଚୋରୀ କରେ ସେ ଅଭାବ ହେଲେ,
ଦରିଦ୍ରତା କୁ ଟାଣି ଆଣେ
ଜଳିଦିଏ ତା ନିଜର ବସା ।।
।। ଏହିତ ମଦର ନିଶା,
ଏହିତ ମଦର ନିଶା ।।
ଭୁଲି ଯାଏ ସେ ମାନ ସମ୍ମାନ
ହାରିଦିଏ ସବୁ ତାର ଜ୍ଞାନ,
ହଜି ଯାଇଥାଏ ଅନ୍ଧାରେ
ଖାଲି ହୁଏ ସେ ଲୋକହସା ।।
।। ଏହିତ ମଦର ନିଶା,
ଏହିତ ମଦର ନିଶା ।।
ଭାଙ୍ଗି ଯାଏ ସୁନା ସଂସାର
ବହିଯାଏ ଖାଲି ଅଶ୍ରୁ ଧାର,
ଆପଣାବି ହୁଅନ୍ତି ପର
ଆରମ୍ଭ ହୁଏ ଶନିର ଦଶା ।।
।। ଏହିତ ମଦର ନିଶା,
ଏହିତ ମଦର ନିଶା ।।
