STORYMIRROR

Kalandi pal

Inspirational

3  

Kalandi pal

Inspirational

ମଧ୍ୟାହ୍ନ ମଣୋହି

ମଧ୍ୟାହ୍ନ ମଣୋହି

1 min
219


ମଧ୍ୟାହ୍ନ ଭୋଜନ  ସମୟ ଆସନ୍ନ

     ଉଠ ପ୍ରଭୁ ଚୂଡ଼ାମଣି.

ତୁମ ମନ ଜାଣି  ମାଆ ଠାକୁରାଣୀ

     ମଣୋହି ସଜ କଲେଣି. ll


କେତେ ଯେ ଦରବ  କରି ଏକ ଠାବ

     ଷାଠିଏ ପଉଟି ତଵ 

ରାନ୍ଧଣା ଶାଳରେ  ମାଆଙ୍କ ହାତରେ

     ରାନ୍ଧଣା କେତେ ଦରବ. ll


ଅତି ଯତନରେ  ଅତି ସରାଗରେ

     ରାନ୍ଧିଛନ୍ତି ସରୁ ଅନ୍ନ.

ବହଳିଆ ଡାଲି  ମଧୁରୁଚି କ୍ଷୀରି

     ବେସର ରାଇତା ମାନ. ll


ପିଢ଼ା ପାଣି ଘେନି  ମାତା କମଳିନୀ

     ଡାକନ୍ତି ମଣୋହି ପାଇଁ.

ବେଗେ ତୁମ୍ଭେ ଆସ  ଆହେ ପୀତବାସ

     ସଙ୍ଗତେ ଭଉଣୀ ଭାଇ. ll


ପରଷି ଦେବି ମୁଁ  ନିଜ ହାତେ ଛାମୁ

     ରାନ୍ଧଣା ଦରବ ମାନ.

ସନ୍ତୋଷେ ମଣୋହି  କରହେ ଗୋସେଇଁ

     ସନ୍ତୋଷ ହେବ ମୋ ମନ. ll


ମଣୋହି ଶେଷରେ  ତୁମ ଶରଧାରେ

     ପୋଡପିଠା ବାଢିଅଛି.

ମଣୋହି କରିବ  ଅଇଁଠା ଛାଡିବ

     ଏହି ମିନତୀ କରୁଛି. ll


ସ୍ତ୍ରୀରୀ ଜନମରେ  ସ୍ୱାମୀ ପ୍ରସାଦରେ

     କୋଟି ଜନ୍ମ ସୁଖ ମିଳେ.

ସେଥିରୁ ବଞ୍ଚିତ  କରନାହିଁ ମିତ

     ଚାହିଁଛି ମୁଁ ଅନ୍ତରାଳେ. ll


ସରିଲେ ମଣୋହି  ସଜା ଥାଳି ନେଇ

     କରି ମୁହିଁ ବନ୍ଦାପନା.

ରତନ ପଲଙ୍କେ  ବିଶ୍ରାମିବେ ପ୍ରଭୁ

    ପଦ ସେବା ହେବ ସିନା. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational