ମଧୁଶାଳାର ସ୍ୱୀକାରୋକ୍ତି
ମଧୁଶାଳାର ସ୍ୱୀକାରୋକ୍ତି


ମଧୁଶାଳା ଦିନେ ପଚାରିଲା ମୋତେ
କିଆଁ ତାକୁ ଭଲପାଏ
ସକାଳ ପ୍ରହରୁ ରାତିଅଧ ଯାଏ
ତା ଭିତରେ ଝୁମୁଥାଏ ?
କି ଉତ୍ତର ଅବା ଦେଇ ପାରିଥାନ୍ତି
ପିଆଲାରେ ଦେଲି ଚୁମା
କହିଲା ତୋ ପରି ଅନେକ ଆସନ୍ତି
ହୋଇ ପ୍ରେମେ ବାଟବଣା I
ଭାବନ୍ତି ତାଙ୍କର ଯେତେ ସବୁ ଦୁଃଖ
ମୋ କୋଳେ ନିଗାଡି ଦେଇ
ହୃଦୟର ଯେତେ ଦୁଃଖର ପାହାଡ
ମଦିରାରେ ଦେବେ ଧୋଇ I
ସତ ମୁଁ କହୁଛି କାହାରି ଦୁଃଖକୁ
ତିଳେ ହେଲେ ନିଏ ନାହିଁ
ଧନ ତାଙ୍କ ନେଇ ଆୟୁଷ ମୁଁ ସାରେ
କଲିଜାକୁ ଖାଇ ଖାଇ I
ତୁ ଯଦି ଚାହୁଁଛୁ ଜୀବନରେ ଶାନ୍ତି
ଧିରେ ମୋତେ ଯା ଭୁଲି
ଈଶ୍ୱରଙ୍କ ଦୟା ହେଲେ ତୋ ଉପରେ
ଦୁଃଖ ଯିବ ଅପସରି I