STORYMIRROR

Raja Sekhar CH V

Abstract

3  

Raja Sekhar CH V

Abstract

ମଧୁର ସୁମଧୁର ଆମ୍ବ

ମଧୁର ସୁମଧୁର ଆମ୍ବ

1 min
11.5K

ମଧୁର ସୁମଧୁର ଆମ୍ବ ପାଇଛି ରୁଚି ନାନା ପ୍ରକାର,

ତାଙ୍କର ପୁଣି ଅଛି କେତେ କେତେ ରଙ୍ଗ ଆକାର,

ଆମ୍ବ ଫଳଙ୍କର ମହାରାଜା ବୋଲି କରନ୍ତୁ ସ୍ଵୀକାର,

ଆମ୍ବ ଯୋଗୁଁ ଗ୍ରୀଷ୍ମ ଋତୁର ବୃଦ୍ଧି ହୋଇଛି ଅହଙ୍କାର


ଆସ୍ୱାଦନ କରିଲୁ କେତେ ପ୍ରକାର ମିଠା ଫଳ,

ସରସ ସୁମିଷ୍ଟ ରସ ଭରିଛି ଆମ ଆମ୍ବ ଫଳ,

ଖରାଦିନରେ ଯାହାର ଗଣନା ଅତ୍ୟନ୍ତ ବିପୁଳ,

ଅଭୁଲା ନିଆରା ସ୍ୱାଦ ରଖିଛି ଏହି ଅମୃତଫଳ


ଦେଖିଲୁ ଆମ୍ବର ଅନେକ ନୂଆ ରକମ,

ଆଖୁରସ ସୁବର୍ଣ୍ଣରେଖା ମଲ୍ଲିକା ନୀଳମ,

ସର୍ବଶ୍ରେଷ୍ଠ ଫଳର ପାଇଛି ଯିଏ ସୁନାମ,   

ସୁବର୍ଣ୍ଣ ସୌନ୍ଦର୍ଯ୍ୟ ପ୍ରତି କମିବନି ପ୍ରେମ


ଅମୃତଫଳ ଆମ୍ବର ଅଛି କେତେ ଅଭିନ୍ନ ସ୍ୱାଦ,

ଅଛି ଖଟା ମିଠା କଷାୟ ରସର ସ୍ୱତନ୍ତ୍ର ସୁସ୍ୱାଦ,

ଆମ୍ରର ବିଭିନ୍ନ ରକମ ସ୍ୱୟଂ ଏକ ଅନନ୍ତ ହ୍ରଦ,

ଗ୍ରୀଷ୍ମରେ ଯିଏ ସର୍ବଜନଙ୍କ ମନକୁ ଦିଏ ପ୍ରମୋଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract