STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ମଧୁର ମାଆର ନାମ

ମଧୁର ମାଆର ନାମ

1 min
178

ମଧୁର ମାଆର ନାମ


ମାଆର ନାମ  ଅମୃତ ବୋଳା

   ମଧୁର ତାର ଡାକ

ନିର୍ମଳ ସ୍ୱଚ୍ଛ  ପ୍ରଶାନ୍ତ ମୁଖେ

   ଭରା ସୋହାଗ ସୁଖ

   ଅନୁପମ ତା କୋଳ

ନାହିଁ ବିପଦ  ସଂସାରେ ସାର

   ନିର୍ଭର ସୁକୋମଳ ।

ଥରଇ ଯାର  ହୃଦୟ ତନ୍ତ୍ରୀ

   ଦୁଃଖ କଷଣ କାଳେ

ସୁଖ ସମ୍ପଦ  ମନାସି ଲୁହ

   ଦିଅଁ ଚରଣେ ଢାଳେ

    ମାଆଟି ପରି କିଏ

ମମତାମୟୀ  ଜନମଦାତ୍ରୀ

    ଚଳନ୍ତି ଦେବୀ ସିଏ ।

ଜନମ ଭୂଇଁ  ଜନମ ମାଟି

   ତା ଲିପି କଥା ଗୀତ

ନିବିଡ଼ ତାର  ସ୍ନେହ ବନ୍ଧନେ

     ଜୀବନ ପ୍ରତିଭାତ

    ମଧୁର ମାତୃଭାଷା

 ଜାତି ଉନ୍ନତି  ମୂଳ ମନ୍ତର

    କରିବି ନିତି ଘୋଷା ।

ଜ୍ଞାନ ବିଜ୍ଞାନ  ତପସ୍ୟା ସେବା

     ମହତ ଅନୁଭବ

ମୋର ଜୀବନ  ସ୍ପନ୍ଦନ ଶକ୍ତି

    ନିତ୍ୟ ସଞ୍ଚରେ ଭାବ

    ଯୋଗ ସାଧନ ମୂଳ

 ଉନ୍ନତି ତାର    ଚରମ ଲକ୍ଷ୍ୟ

    ଅଟେ ମୋ ଜୀବନର ।


         -----


Rate this content
Log in

Similar oriya poem from Inspirational