STORYMIRROR

Bijay Prusty

Romance

2  

Bijay Prusty

Romance

ମଧୁମାସ

ମଧୁମାସ

1 min
114


ଦେହେ ବାଜିଲାଣି ଦକ୍ଷିଣା ପବନ

ଫଗୁଣ ଆସୁଛି ବୋଲି

କାନଡେରି ଶୁଣ ଆମ୍ର କାନନୁ

କୁହୁତାନ ଶୁଭିଲାଣି I

ଖୁସିର ବରଷା ଚଉଦିଗେ ଦେଖ

ବସିଛି ଗୋଲାପ ହାଟ

ପ୍ରତି ପାଖୁଡାରେ ଉଜ୍ଜ୍ୱଳ ଦିଶୁଛି

ସଖୀ ତୁମ ଚିତ୍ରପଟ I

ଜ୍ୟୋତ୍ସ୍ନାରେ ଭିଜୁଛି ତନୁ ବଲ୍ଲରୀ

ପ୍ରୀତିରେ ଭିଜେ ମୋ ମନ

ଇସାରାରେ ମୋତେ ଡାକୁଛି ତୁମର

ଉଛୁଳା ଯଉବନ I

ଫୁଲରେ ଫୁଲରେ ରଙ୍ଗର ପସରା

ଆଖିରେ ଆଖିଏ ହସ

ତୁମପାଇଁ ସଖୀ ଏ ମର୍ତ୍ତ୍ୟ ଭୂବନେ 

ଆସିଗଲା ମଧୁମାସ I

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance