ମଧୁ ଋତୁ
ମଧୁ ଋତୁ
ମଧୁଋତୁ କାଳେ ଘଞ୍ଚ ଚୂତ ଡାଳେ
କୋକିଳର କୁହୁ ତାନ |
ମଧୁପ ଗୁଂଜନ ସଂଗେ ମଳୟର
ମନ୍ଦମନ୍ଦ ସଂଚାଳନ |
ଖୀର ନୀର ସମ ଆତୁରେ ବିଭୋରେ
ଛନ୍ଦାୟିତ ଦୁଇତନ |
ସହକାର ଦେହେ ମାଧବୀ ଲତାର
ସାଦରରେ ନିମନ୍ତ୍ରଣ |
ନୀରଜ ମୁଖୀ ସେ ନୀଳ ନୟନାର
ଢଳଢଳ ଦୁଇ ଡୋଳା |
ଆୟତ ଯୁଗଳ କଞ୍ଜନୟନରେ
ପହଁରଇ ମେଘମାଳା |
ନବନବ ତାର ଉନ୍ନତ ଯୌବନ
ପିପାସିତ କରେ ପ୍ରାଣ |
ସାନିଧ୍ୟ ତା ର ଅଭୀପ୍ସା ନେଇ
ମନ ଖୋଜେ ନିକାଂଚନ |