STORYMIRROR

Goutam Mohanty

Inspirational

3  

Goutam Mohanty

Inspirational

ମଧୁ ମକ୍ଷିକା

ମଧୁ ମକ୍ଷିକା

1 min
92


ସ୍ରଷ୍ଟାଙ୍କ ସୃଷ୍ଟିରେ କ୍ଷୁଦ୍ର ଜୀବଟିଏ

ମଧୁମକ୍ଷିକା ତା ନାମ

ସକାଳୁର ସଞ୍ଜ ମଧୁ ଲାଳସାରେ

ଘୁରୁଥାଏ ଫୁଲବନ


ଫୁଲକୁ ଚୁମ୍ୱନ ଦେଇ ଆଲିଙ୍ଗନ 

ଆଣେ ସେ ରସ ଶୋଷି

ଅନ୍ୟ ହିତ ପାଇଁ ସଞ୍ଚୟ କରି

ହୁଏ ସେ କେତେ ଖୁସି


ଇର୍ଷା ଅହଂକାର ଅସୂୟାଭାବ

ନ ରଖି କେବେ ମନରେ

ପୁଷ୍ପ ରସ ନେଇ ସାଇତି ରଖଇ

ଯତନେ ମହୁ ଫେଣାରେ


ନ ହୋଇ କୃପଣ ବାଣ୍ଟି ଦେଇ ଥାଏ

ସାଇତା ମଧୁ ରସ

ଫୁଲ ତଳ କଣ୍ଟାର ଆଘାତ ସହି ସେ

 ମୁଖେ ଫୁଟାଏ ହସ


ପୂଜା କର୍ମ ଦେବା ଦେବୀଙ୍କ ଠାରେ

ବ୍ୟବହୃତ ହୁଅଇ

ଅମୃତ ସମାନ ସେ ମଧୁ ଅଟଇ

ତା ସମ ନାହିଁ କେହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational