STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ମଡ଼ର୍ନ ପ୍ରେମ

ମଡ଼ର୍ନ ପ୍ରେମ

1 min
204



ପ୍ରେମ ପ୍ରେମ କହି ଚାରିଆଡେ 

ଖାଲି ଡ଼ିଅନ୍ତି ଆଜିକା ପିଲା ,

 ପ୍ରେମକୁ ନେଇ ଏଠି ଫାର୍ସ ଚାଲିଛି 

ସବୁଆଡେ ଖାଲି ଝାମେଲା l


ସାତ ଜନମର କଥା ଦେଇଦେଲେ

ପ୍ରେମ ହୁଏନି ସଫଳ,

ପ୍ରତି ମୂହୁର୍ତ୍ତ ରେ ମିଳେ ଯେ ଆନନ୍ଦ 

ରହେ ଯଦି ତାଳମେଳ l


ରୂପ ଦେଖି ପ୍ରେମ ହୁଏନି କେବଳ 

ସାମୟିକ ଆକର୍ଷଣ ,

ପ୍ରେମ ତ ଅଟଇ ଶାସ୍ବତ ସୁନ୍ଦର 

ନାହିଁ ତା କିଛି କାରଣ l


ମିଳିଗଲେ ପ୍ରେମ କଲେ ତାର ଯତ୍ନ

ହୋଇଯିବ ଯେ ସଫଳ,

ପ୍ରଜାପତି ପରି ଉଡି ଏଠି ସେଠି

ଭାଙ୍ଗନା କା ବିଶ୍ବାସ ବଳ l



Rate this content
Log in

Similar oriya poem from Romance