STORYMIRROR

Kalandi pal

Inspirational

4  

Kalandi pal

Inspirational

ମଦ ମାହାତ୍ମ୍ୟ

ମଦ ମାହାତ୍ମ୍ୟ

1 min
295

କହିଲେ ଲାଗିବ ଅଡୁଆ

ଆମ ଚଳଣିରେ ଯେତେ ଅଳିଆ

ନାଲିପାଣି ଦୋଷ ଭରେ ରାଜକୋଷ

ଆଦର ସବୁଠି ବଢିଆ

ବାକି ସାକି ନାହିଁ ମୁଲ ଚାଲ ନାହିଁ

ଠନ ଠନ ମିଳେ ବିଡିଆ

ଆମ, ସରକାର ଭାରି ବଢିଆ

ପ୍ରତି ପଂଚାୟତେ ଖୋଲିବେ ଭାଟିଟେ

ସରବେ ହୋଇବେ ମଦୁଆ ।


ଘରେ ଘରେ ମଦ ପକାଇ ତା ଫାନ୍ଦ

ବାନ୍ଧିଲାଣି ଅଧା ଭେଣ୍ଡିଆ

କେତେ ଯେ ଜୀବନ ନେଇଯାଏ ଯମ

କା'ର ହାତ ଗୋଡ଼ ଖଣ୍ଡିଆ

ରାସ୍ତା କଡରେ ଗଡଇ ଭେଣ୍ଡିଆ

କାନ୍ଦ ବୋବାଳିରେ ତା ଘର ଉଛୁଳେ

ହରାଇ ତ ରୋଜଗାରିଆ ।


ଉଛନ ହୁଅନ୍ତୁ ଯେତେ ପରିବାର

ଉଛନ ହେଉ ଏ ଦୁନିଆଁ

ମଦ ପିଇ ଲୋକେ ରୋଗ ଭୋଗୁ ଯେତେ

ରୋଜଗାର ତାଙ୍କ ବଢିଆ

ନିଜେ ବଂଚିଥିଲେ ବୋପାର ନାଆଁ

ମିଛ ସତ କହି ମନ ନେଲେ ମୋହି

ପଛରେ ନ ଥାଏ ଅଳିଆ ।


ଦର ବଢିଗଲେ ହୁଏ ଆନ୍ଦୋଳନ

ଠପ ହୋଇଯାଏ ଦୁନିଆଁ

ମଦ ଯେତେ ବଢୁ ଟଙ୍କା ଯେତେ ସରୁ

ହୁଅନ୍ତିନି କେହି ଛାନିଆଁ

ଅପାଠୁଆ ବୁଦ୍ଧି ପାଠୁଆ

ମଦେ ଟଙ୍କା ଯାଏ ଛୁଆ ଭୋକେ ରୁହେ

ଧନ୍ୟ ତୁମେ ବାବୁ ପାଠୁଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational