STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ମୌସୁମୀ

ମୌସୁମୀ

1 min
389

ମୌସୁମୀ

ଏକ ଓଦା ଜୁଡୁବୁଡୁ କଳ୍ପନା

କିଛି ସନ୍ତସନ୍ତିଆ ଭାବନା

ଗୋଳିପାଣି ଭରା ଅଗଣା

କେବେ ଆଶାର ସ୍ୱପ୍ନିଳ ଠିକଣା

ଅବା ବେହିସାବୀ କର୍ମର ଯାତନା...।


ମୌସୁମୀ

ବହୁ ପ୍ରତୀକ୍ଷାର ମୃଦୁ ଆଶ୍ୱାସନା

କିଛି ମୁହଁ ଫୁଲା ଫୁଲି ମନ୍ତ୍ରଣା

କେବେ ତୃଷିତ ପ୍ରାଣର ବିଛଣା

ପୁଣି ଭିଜା କଳେବର ଯନ୍ତ୍ରଣା

ଏକ ଭାଙ୍ଗି ସଳଖିବାର ବାହାନା....।


ମୌସୁମୀ

ଏକ ଅତୀତ କର୍ମର ଗଞ୍ଜଣା

କେବେ ପ୍ରେମ ପୁଣି କେବେ ପ୍ରତାରଣା

କେବେ ସୁଖ କେବେ ପୁଣି ଛଳନା

କିଛି ଅପୂର୍ଣ ତୃଷିତ ବାସନା

କିଛି ଉଜାଡ଼ି ଦେବାର ଯୋଜନା....।


ମୌସୁମୀ

କେବେ ବିସ୍ମିତ ତତଲା ଭାବନା

କେବେ ଜଳଶୁନ୍ୟ ଏକ ମନ୍ତ୍ରଣା

ଭସା ବାଦଲର ହଜିଲା ଠିକଣା

ତୃଷ୍ନା ଓଠରେ ଶୁଖିଲା ମଦିରା

ପୁଣି ମିଛ ଖୋଜିବାର ବାହାନା....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract