STORYMIRROR

Sandhya Rani Panigrahy

Inspirational

3  

Sandhya Rani Panigrahy

Inspirational

ମୌସୁମୀ ତୁମେ କହିଥିଲ ଆସିବ

ମୌସୁମୀ ତୁମେ କହିଥିଲ ଆସିବ

1 min
14.1K


ମୌସୁମୀ ତୁମେ କହିଥିଲ ଆସିବ

କଥା ଥିଲା ମୋ ପାଖରେ ହସି ବରଷିବ

କେଜାଣି କାହିଁକି ଅଭିମାନ କଲ

ଏ ପଥରେ ମୋଟେ ନ ଆସିଲ

କେଉଁଠି ରହିଲ ଅଭିମାନରେ

ଏତେ ରାଗ କରିଛ ମୋ ଉପରେ

କିଛି ନ କହି ନୀରବ ରହିଲ

ପ୍ରେମରେ ରୌଦ୍ରତାପ ପଠାଇଲ

ଜଲୁଛି ଜୀବନ ଏଠି ତୁମ ବିନା

ପ୍ରୀତିରେ ସମ୍ପର୍କ ବିନାଶ କରନା

କେଉଁଠି ରହିଛ ଠିକଣାଟି ଦିଅ

ମୁଁ ନିମନ୍ତ୍ରଣ ପଠାଇବି ତୁମେ କିଛି କୁହ ||


ଜାଣେ ତୁମେ ଆସିବନି ମୋ ଡାକରାରେ

ତଥାପି ମନ ମାନୁନି ତୁମକୁ ନ ଭେଟିବାରେ

ମନର କଥା ମନରେ ରହିଲା

ତୁମେ ଧୋକାବାଜି କି କରିବ ଭଲା??


କାହା ପ୍ରେମରେ ତୁମେ ଭୂଲିଗଲ

ଟିକିଏ କଥାରେ ପାଶୋରି ଯେ ଗଲ

ସହର ଗାଁ ଗହଳିରେ ହଜିଲ ଅପରିଚିତ ପରି

କେତେ ନେହୁରା ହୋଇ ବୁଝାଇ ହେଉଛି ଝୁରି

ତୁମେ ଆଦ୍ରତାର ଓଢଣୀରେ ଭିଜି ଆସ

ବରଷି ଯାଅ ମନଭରି ମନକୁ ଭିଜାଇ ବସ

ଏଥରକ ତୁମ ପ୍ରତୀକ୍ଷାରେ ପ୍ରଶ୍ନବାଚୀ ନ ଉଠୁ

ଉପେକ୍ଷିତ କର ତୁମେ ଏଗାଥା ସଂସାର ନ ଜାଣୁ

ପ୍ରେମଭରା ତୁମ ଆଲିଙ୍ଗନ ଭିଜି ବତୁରି ଦେଉ ଏ ମନ

ଏଥରକ ଆଉ ତୁମେ ଆନମନା କିଛି କରନା ରାତିଦିନ

ଏ ଚିଠିରେ ସବୁ ଲେଖି ଦେଲି ପ୍ରିୟା ତୁମକୁ ହୃଦୟ ଖୋଲି

ବୁଝିବ ତୁମେ ମୋ ପ୍ରେମର ଗଭୀରତା ଏଥର ମୁଁ ଜାଣିଲି ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational