STORYMIRROR

Bidyadhar Mantry

Abstract Romance Others

4  

Bidyadhar Mantry

Abstract Romance Others

ମୌସୁମୀ ଆସିଛି ପୂଣି

ମୌସୁମୀ ଆସିଛି ପୂଣି

1 min
14


ଅଚାନକ ମୌସୁମୀ ବର୍ଷାର ଛିଟା 

ଭିଜାଇଲା ତନ ମନ

ମନରେ ପ୍ରୀତିର ଭାବନା ଉଦ୍ରେକ

ଶରୀରରେ ଶିହରଣ

ଶିହରଣ ତନ ମନ ହୃଦୟରେ

ନୀରବ ଓଠର ଧାରେ

ଆଖି କହୁଥିଲା ଆଖିର ଭାଷାରେ

ତନ ବାହୁ ବନ୍ଧନୀରେ


ବର୍ଷା ଭିଜା ଅଙ୍ଗ ଅବୟବେ ନିଆଁ

ଓଠରେ ବର୍ଷାର ବୁନ୍ଦା

ଅବିସ୍ମରଣୀୟ ଥିଲା ସେ ମୁହୂର୍ତ୍ତ

ପାଦ ଥିଲା ଯେବେ ଛନ୍ଦା 

ଜଳୁ ଥିଲୁ ଦୁହେଁ ପ୍ରୀତି ଅନଳରେ 

ମୁଦ୍ରିତ ନୟନ ଧାରେ

ପାଣି ବୁନ୍ଦା ର ଲାଜ ଥିଲା କି ନାହିଁ

ଦେଖୁ ଥିଲା ଓଠ ଧାରେ

ପ୍ରୀତି ପୂର୍ଣ୍ଣ ଓଠେ ଲାଗି ରହିବାକୁ

ବୋଧେ ଥିଲା ସେ ପ୍ରସ୍ତୁତ

କାମନାର ଜ୍ଵାଳା ପ୍ରଶମିତ ପରେ

ଆପେ ହେଲା ଭୂପତିତ 


ପ୍ରାୟତଃ ମୌସୁମୀ ସାଥେ ଧରି ବର୍ଷା

ଆସିଛି ଧରାକୁ ପୁଣି

ଭିଜିଲାଣି ତନ ମନ ଓଠ ଧାର 

ବର୍ଷା ବୁନ୍ଦା ଧାରେ ପାଣି

ବରଷାରେ ଭିଜି ସ୍ମୃତି ଉଜ୍ଜୀବିତ

ମୌସୁମୀ ଆସିଛି ପୁଣି

ସ୍ମୃତି ଉଜ୍ଜୀବିତ ସହ ରୋମାଞ୍ଚିତ

ହୃଦେ ପୁରୁଣା କାହାଣୀ


ହୃଦୟରେ ଶୂନ୍ୟତାର ପଦ ଚିହ୍ନ

ନାହିଁ ପ୍ରୀତିର ପରଶ

ଫିକା ଫିକା ଲାଗେ ମୌସୁମୀର ବୁନ୍ଦା 

ଅସହ୍ୟ ବେଦନା କ୍ଳେଶ

ବେଦନାର ଆଢ଼ୁଆଳେ ପ୍ରତିଶ୍ରୁତି

କଥା ଥିଲା ଭିଜିବାକୁ 

ଭିଜିବାକୁ ପ୍ରତି ମୌସୁମୀ ବର୍ଷାରେ 

ଛନ୍ଦି ଛନ୍ଦ ତୋଳିବାକୁ


ସେଇ କଥା ପୁଣି ମୌସୁମୀ ମୁଖରେ

କାହିଁ ତୁମ ପ୍ରିୟ ସାଥୀ

ଏକା ଏକା ଭିଜି କିଛି ଲାଭ ନାହିଁ

ସ୍ମୃତି ଧାରେ ହେଉ ପ୍ରୀତି

ଅନ୍ୟମନସ୍କତା ଭାବ ଜାଣି ସର୍ବେ

ଜିଜ୍ଞାସା କାରଣ ପ୍ରତି

ସହଜ ହେଉନି ଖୋଲି କହିବାକୁ

ବର୍ଷା ବୁନ୍ଦାରେ ହିଁ ପ୍ରୀତି

ଅନ୍ୟମନସ୍କ ଆଢ଼ୁଆଳେ ମୌସୁମୀ

ପୁଣି ଓଠ ଧାରେ ବୁନ୍ଦା

ପ୍ରୀତିର ପରଶ ସହ ମନ ଚାହେଁ

ପାଦେ ହେଉ ପାଦ ଛନ୍ଦା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract