ମୌନୀ ଦରବାରୀ
ମୌନୀ ଦରବାରୀ
ମହୁ ଫେଣ୍ଟା କଥାବାର୍ତ୍ତାରେ
ବାନ୍ଧିନିଏ ମନ
ମିଶ୍ରି ବୋଳା ବାକ୍ୟ ବିନୋଦନେ
ଆପଣାଏ ଜନ ।
ମିଠା ମିଠା ଗେହ୍ଲେଇ ଛଳେଇ
ବାଣ୍ଟି ଦିଏ ବ୍ୟଥା
ଢ଼ଗ ଢମାଳି ମିଶେଇ ଗୋଳେଇ
କଖୁଣ୍ଡି ବୁଣେ ଯଥା ।
କବିତା ଆବୃତ୍ତି ପରି ପଗଳ୍ଭା
ଶୋଭେ ଗଳାହାର
ଅଜଣା ଅଜ୍ଞାତ ଅଶୁଣା ନ ଭାବି
କୋଳାଏ ନିଜର ।
ଅଠା କାଠି ପରି ନେସି ଦିଏ
ଅମୃତ ଡୋର
ସିମେଣ୍ଟ ପରି ଚିପୁଡି ଚିମୁଟେ
ସଂପର୍କ ମଧୁର ।
କାହିଁ ଏମନ୍ତ ବ୍ୟକ୍ତି ବିଶେଷ
ଠିକଣା ଶୂନ ଘର
ମିଛ କଳାକାର ଦୁମୁହାଁ ପ୍ରବର
ଜ୍ଵାଳା ଜହର ।
ସ୍ଥାନ ଜ୍ଞାନ ଧ୍ୟାନ
ଆସ୍ଥାନ ରହେନା
ଶ୍ମଶାନେ ହସନ୍ତି ଶର୍ମଶାର
ରକ୍ତ ଜୁଡୁବୁଡୁ
ଲୋକେ ସେଲଫି
ଅଟ୍ଟହାସ୍ୟ ଦାନ୍ତ ନିକୁଟି ଛାର ।
ବଡ଼ ଚାକିରୀ
ମୋଟା ବେପାରୀ
ପବନ କରନ୍ତି ବଚନ ଧୀର
କଥା କଥାକେ
ଫେକନ୍ତି ବେସି
ଲୋକେ ହସନ୍ତି ଅପମାନ ଜର୍ଜର ।
ଚମଡ଼ା ବେପାରୀ
କୃସ୍ଥା ରଟନା କାରୀ
ଚିତ୍ର ଚରିତ୍ର ଆଜି ସବୁରି
ଶବ୍ଦ ସପନେ
ରାମରାଜ୍ୟ ବିଜ୍ଞାପନେ
ରାବଣ କଂସ ସବୁ
ଅଇରୀ ବଇରୀ ।
ଲାଳିତ୍ୟ ହାବୁଡ଼େ ବିଗିଡେ
ମଦ ଗିଲାସ ସାଥେ
କଥା କାକଳୀ ବୃନ୍ତଚ୍ୟୁତ
ଓଗାଳି ଗାଳି
ସିଦ୍ଧ ବୁଦ୍ଧ ପ୍ରବୀଣ ପ୍ରବୃଦ୍ଧ
ମୌନୀ ଦରବାରୀ ।