STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ମାୟାରେ ଜଡ଼ିତ ସଂସାର

ମାୟାରେ ଜଡ଼ିତ ସଂସାର

1 min
162

ରଚନା କିପରି ପ୍ରଭୁ କରିଛନ୍ତି 

ମାୟାର ସଂସାର ଏହୁ,

ସମ୍ପର୍କ ଜଡ଼ିତ ମାୟାର ସଂସାର 

ରୋଦନର ରାବ୍ ତହୁଁ।୧।


ମନୁଷ୍ୟ ଜୀବନ କର୍ମର ସ୍ଵଭାବ

ସମ୍ପର୍କ ଜଡ଼ିତ କିମ୍ପା?

ସମ୍ପର୍କେ ଜଡ଼ିତ କରିଅଛୁ ପୁଣି

ରୋଦନର ରାବ୍ କିମ୍ପା?।୨।


ମାୟାରେ ପଡିଣ ଆତୁରିତ ମନ

ମୋର ମୋର କରୁ ଥାଏ,

ସମସ୍ତ ବୈଭବ କିପରି ପାଇବ

ଦିନରାତି ଚିନ୍ତୁ ଥାଏ।୩।


ମାୟାରେ ଯୋଡିଣ ପାପ ହିଁ କରୁଛି

ଦେଖୁ ନାହୁଁ କିମ୍ପା ତୁହି?

ଗୃହସ୍ଥର ସ୍ନେହେ ପଡ଼ି ପୁଣି ସେହୁ

ଭାବୁଛି ଆପଣା ତହିଁ?।୪।


ସମୟର ଚକ୍ର କିପରି ଘୁରୁଛି

କାହାକୁ ହିଁ ଜଣା ନାହିଁ,

କାଳ କବଳରୁ ପାର ନାହିଁ କେବେ

କପାଳ ଲିଖନ ତହିଁ।୫।


ନଦୀ ତୀରେ ଯିବ ସମୟର ଚକ୍ର

ଧାତାଙ୍କ ଲିଖିତ ତାହା,

ଶକ୍ତି ନାହିଁ କାର ସବୁ ଅସମ୍ଭବ

ପ୍ରଭୁଙ୍କ ରଚନା ତାହା।୬।


ନ ଯିବେ ସଙ୍ଗରେ ଗୃହସ୍ତ ତାହାର

ନ ଯିବଟି ଧର୍ମପତ୍ନୀ,

ସ୍ମୃତି ହିଁ ରହିବ ଗୃହସ୍ଥ ମଧ୍ୟରେ

ଚିନ୍ତା ଭୁଲି ଯିବ ପତ୍ନୀ।୭।


କିପରି ହୋଇବ ଜୀବ ଲୀଳା ଶେଷ

ନ ପାରନ୍ତି ଜାଣି କେହୁ,

ପ୍ରାକୃତିକ ହେବ ଦୁର୍ଘଟଣା ହେବ

ଜାଣି ଥାନ୍ତି ପ୍ରଭୁ ସେହୁ।୮।


କେହୁ ଯିବ ଆଗେ ପଛେ କେହୁ ଯିବ

ପ୍ରଭୁଙ୍କର ଶବ୍ଦ କସେ,

ସବୁରି ଭିଆଣ ଚରାଚର ପୃଥି

ତାଙ୍କରି ହିଁ ଶବ୍ଦ କସେ।୯।


କିପରି ରଚନା ପ୍ରଭୁ କରିଛନ୍ତି

ମାୟାର ସଂସାର ଏହୁ,

ସମ୍ପର୍କ ଜଡ଼ିତ ମାୟାର ସଂସାର

ରୋଦନର ରାବ ତହୁଁ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational