STORYMIRROR

Anirudha Kund

Classics

2  

Anirudha Kund

Classics

ମାୟାଧର

ମାୟାଧର

1 min
133


ମାୟାଧର ମୋର ମାୟାରେ ତାହାର

   ମନକୁ ଚୋରେଇ ନେଲା

ରହି ପାରୁନାହିଁ ତାର ବିନା ମୁହିଁ

   କାହାକୁ କହିବି ଭଲା ॥୦॥


କେଡେ ସରାଗରେ ଅସୀମ ଆଶାରେ

    ଲଗାଇଥିଲି ମୁଁ ଭାବ

ତାହାର ଭାବରେ ବାଇ ହୋଇଗଲି

    ପାଉନାହିଁ ତାର ଠାବ

କାହିଁକି କେଜାଣି ସବୁ ଜାଣି ଶୁଣି

   ଅଣଦେଖା ମୋତେ କଲା ॥୧॥


ଅଭାବ ସଂସାରେ ଭାବ ଲଗାଇଛି

   କାହିଁକି କରୁଛ ବାଦ

ବଜାଇ ବଇଁଶୀ ମୃଦ ମୃଦ ହସି

   ଦେଖାଦିଅ ପଦ୍ମପାଦ

ପ୍ରାଣ ଗଲେ ଯାଉ ଡର ନାହିଁ ଆଉ

   ତୋସାଥେ ଭାବ ରହିଲା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics