STORYMIRROR

baishnaba meher

Abstract

2  

baishnaba meher

Abstract

ମାୟା ସାମ୍ରାଜ୍ୟ

ମାୟା ସାମ୍ରାଜ୍ୟ

1 min
372

ଆଞ୍ଜୁଳାଏ ମାଟି କ'ଣ କରିବ

ତୁମକୁ ଗଡ଼ ଜିତିବାର ଅଭ୍ୟାସ ଅଛି,

ମାୟା ମୋହ ଶକ୍ତି ବଳେ,

ତୁମକୁ ଅହଂକାର ସିଂହାସନେ ବସିବାକୁ ଅଛି


କି ହେବ ତୁମ ଅତ୍ମୀୟଭାବ

ଯେବେ କୋଠାରାଘାତ ତୁମ ଜନ୍ମସିଦ୍ଧ ଅଧିକାର,

ଇଚ୍ଛାମତେ ମନମୁତାବକ ସବୁକିଛି ନେଇଯିବ,

ଦେଖେଇ କ୍ରୁରତା ତୁମ ଅହଙ୍କାରୀ ସାମ୍ରାଜ୍ୟର


କାହା ଉପରେ ଅତ୍ୟାଚାର କରିବ

ତୁମ ଅତ୍ତ୍ୟlଚାରେ, ମୁଁ ଧରାଶାୟୀ ହୋଇଯିବି,

ମୋ କଙ୍କାଳ କବରୀରୁ ପ୍ରଶ୍ନକରିବ,

ଏ ଲୋଭ ମାୟା ପ୍ରହସନ କାହାପାଇଁ


ଅଳ୍ପସମୟ ଅନ୍ତରାଳେ ଜଣେ ଆସିବ,

ସେ ତୁମଠୁ ଅଧିକ ଶକ୍ତିଶାଳୀ ହେବ,

ଛଡେଇ ନେବ ତୁମ ମାୟାସାମ୍ରାଜ୍ୟ,

ଆଉ ତୁମେ କିଛି କରିପାରୁ ନଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract