STORYMIRROR

Prabhanjana Tripathy

Inspirational

3  

Prabhanjana Tripathy

Inspirational

ମାୟା ଖେଳ

ମାୟା ଖେଳ

1 min
238

ମାନବ ଜୋଡୀତ ସଦା ସର୍ବଦା

ବନ୍ଧନ ମାୟାର ଘେରେ

ମର୍ତ୍ୟୁ ଛଡା କିଏ ଅଛି ଯେ ତାରିବ

ଭାବରଙ୍ଗ ଭୂମି ପରେ


ଜନ୍ମ ମୃତ୍ୟୁ ହିଁ ଜୀବନ ଚଳନ

ଗ୍ରହ,ନକ୍ଷେତ୍ର ଜେଶନ

ଘୁରି ଘୁରି ପୁଣି ,କକ୍ଷ ନ ଛାଡେ

ବିମୋହିତ ହିଁ କାରଣ


ଜୀବନ କୁ ଧରି ଭୋଗ ପ୍ରଧାନ

ଭୋଗ ବିଳାଶର ନିଶା

ଶରୀର ସର୍ବସ୍ବ ମାଟି ଯେ ଖାଇବ

ମାଟି ହିଁ ଶରୀରେ ମିଶା


ଲକ୍ଷ ଭ୍ରଷ୍ଟ ହୁଏ ମନ, ଆତ୍ମା,ଜ୍ଞାନ

ପଥ ଭ୍ରଷ୍ଟ ହୁଏ ଯୋଗ

ଲାଳାୟିତ ହୋଇ କର୍ମ ଭୁଲିଯାଏ

ମନ ଚାହେଁ ରାଜ ଭୋଗ


ବୀଜ ଠାରୁ ବୃକ୍ଷ,ଭୃକ୍ଷ ଠାରୁ ବୀଜ

ଜୀବନ ଚକ୍ରର ତାଳ

ଫୁଟୁ ଥିବା ଫୁଲ ଝଡି ପଡିବ ଯେ

ସମୟର ମାୟା ଖେଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational