STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ମାଉସୀ

ମାଉସୀ

1 min
11.7K

ଜାଗୃତିରେ ଶିଝି 

ବାସ୍ତବ ରେ ହଜି 

ନିସ୍ତବ୍ଦ ରେ ଖୋଜି 

ମୁଁ ପାଇଛି କ'ଣ 

ଲୁହ ଟୋପେ ଯାହା 

ଅଶ୍ରୁ ହେଲା ସାହା 

କୋହ ସାଥେ କାୟା 

ମୁଁ ଆଉ ପାଇନି କଣ 

ନୀରବି ଯାଇଛି କେବେଠୁ 

ନିଷ୍ଫଳ ହୋଇଛି ଯେବେଠୁ 

ନିସ୍ପନ୍ଦ ଭିତରେ ଏଇଠୁ 

ମୁଁ ସେଇ ଗୁଣ୍ଡିଚା ରାଣୀ 

ମୋ ଭୁଲ ର ପ୍ରାୟଶ୍ଚିତ 

ପୋଡପିଠା ରେ ସ୍ପର୍ଶ ଏଇ ହାତ 

ମନ ବୁଝିଯାଏ କେତେ 

ଜଗା ବଳିଆ ସୁଭଦ୍ରା ମା ସାଥେ 

ବରଷକୁ ଥରେ ରଥଯାତେ 

ଏଥର ଆସିବେକି ଦେଖିବାକୁ ମତେ 

ମୁଁ ମାଉସି ମାଆ ଅନେଇଛି 

ଅଂଚଳ ମୋ ପାତିଛି, 

ଆସିବନା ସାଆନ୍ତେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract