STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମାଉସୀ ମାଆର ପୋଡ଼ ପିଠା

ମାଉସୀ ମାଆର ପୋଡ଼ ପିଠା

1 min
194


ପୋଡ଼ ପିଠା କୁ ଯତନେ କରିଛି ,

ମାଉସୀ ମାଆ ତୋର

ଆରେ ଧନ ତୁ ଥରେ ମୋ ପାଖକୁ

ଦେଖୁଛି ପଥକୁ ତୋର

ଗୁଣ୍ଡିଚା ରାଣୀକୁ ମାଆ କରିଲୁ

ନଅ ଦିନ ପାଇଁ ତା ପାଖେ ରହିଲୁ

ମାଆ ମାଆ ଡାକି ହୋଇଲୁ ନିଜର

ବରଷ କେ ଥରେ ଆସୁ ତାରି ଘର

ବଡ଼ ଦାଣ୍ଡ ମଝିରେ ମନ୍ଦିର କରିଛି

ମାଉସୀ ମାଆ ତୋର

ମାଉସୀ ସମ୍ପର୍କ ମୋ ସାଥେ କରିଲୁ

ମୋ ପାଖରେ ତୁ ଦିନେ ନ ରହିଲୁ

କେବେ ତୋ ପାଦ ମୋ ଘରେ ପଡିବ

ତୋର କଳା ବଦନେ ଆଖି ମୋ ଲାଖିବ

ବାର ମାସେ ନୀତି ତୋତେ ରେ ଝୁରୁଛି

ମାଉସୀ ମାଆ ତୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational