STORYMIRROR

Srinibas Mahalik

Comedy Others Abstract

3  

Srinibas Mahalik

Comedy Others Abstract

ମାଉଁସ କସା

ମାଉଁସ କସା

1 min
13.1K


ମାଉଁସ ଦୋକାନ ଯାଇକି ପ୍ରଥମେ

ଆଣିବ ମାଉଁସ କିଲେ

ଭଲ ଭାବେ ତାକୁ ଧୁଆଧୁଇ କରି

କାଟିବ ପିଆଜ ବେଲେ ।।

ଗ୍ୟାସ ଲଗେଇ କଡେଇ ବସେଇ

କରିବା ଗରମ ତେଲ

ପିଆଜ ପକେଇ ଖଡାଖଡି କରି

କରିବ ତାହାକୁ ଲାଲ ।।

ଲାଲ ହେଲା ପରେ ସେଥିରେ ଢାଳିବ

ଅଦା ରସୁଣକୁ ଛେଚି

ଅଳପ ସମୟ ଛାଡିଦେଲା ପରେ

ମସଲାକୁ ଦେବ ଛିଞ୍ଚି ।।

ମସଲା ଭଲରେ କସିଗଲା ପରେ

ମାଉଁସକୁ ଦେବ ଢାଳି

ଭଲ ଭାବେ ତାକୁ କସା କସି କରି

ଖାଇବ ଧରିକି ଥାଳି ।।


Rate this content
Log in

Similar oriya poem from Comedy