STORYMIRROR

Tapaswini DashSarangi

Fantasy

4  

Tapaswini DashSarangi

Fantasy

ମାଟିରେ କଣ ସରଗ ଗଢି ହୁଏ

ମାଟିରେ କଣ ସରଗ ଗଢି ହୁଏ

1 min
297

ହଁ ଏଇ ମାଟିରେ ତ ପାଇଛି ମୋ ସରଗ ପୁର

ଯେଉଁଠି ଅଛି ଅନେକ ଆତ୍ମୀୟତା

ଏଇ ଦେଖୁନ ଆମ ଘର

ଯେଉଁଠି ଅଛି ସ୍ନେହ ପ୍ରେମ ଆଉ ଭଲ ପାଇବା

ଆଉ ସେଗୁଡିକର ମୃଦୁ ଗୁଞ୍ଜରଣ।

ଯେଉଁଠି ଅଛନ୍ତି ମୋର ଦେବତୁଲ୍ୟ ବାପା ମା

ଅଛି ଭାଇ ଭଗିନୀଙ୍କର ମିଛ କଳିଗୋଳ

ସକାଳ ହେଲେ ଶୁଭେ ଶ୍ଳୋକ ଓ ମନ୍ତ୍ରର ପୂଜା ପାଠ

ଯାହା ଶୁଣି ମନ ହୁଏ ପବିତ୍ର ଓ ଶାନ୍ତ

ଏହାଠୁ ଆଉ କଣ ଶାନ୍ତି ମିଳିବ

ଏହା ସରଗ ନୁହେଁ ତ ଆଉ କଣ?

ହଁ ଆମେ ପତି ପତ୍ନୀ ଦୁହେଁ ଗୋଟେ ନୀଡ଼ ରେ

ଦୁଇ କପୋତ କପୋତୀ ପରି ବାସ କରୁଛୁ

ହଁ ଆମ ଭିତରେ ଝଗଡା ହୁଏ ମନୋମାଳିନ୍ୟ ବି ହୁଏ

କିନ୍ତୁ ସେଗୁଡା କ୍ଷଣସ୍ଥାୟୀ।

ତା'ପର ମୁହୂର୍ତ୍ତରେ ଆମେ ପୁଣି ହସୁ ଖୁସି ଗପ କରୁ

ଭୂଲି ଯାଉ ପୂର୍ବ ମୁହୂର୍ତ୍ତର ସେ କଳିମାମୟ ସମୟକୁ। ଅନେକ ଝଡ଼ ଝଞ୍ଜାରେ ଜାବୁଡି ଧରୁ ଆମ 

ନୀଡ଼କୁ କାଳେ ଭାଙ୍ଗିଯିବ ଅଦିନରେ।

ସେଇ ପ୍ରେମରେ ମୁଁ ସରଗ ସୁଖ ଖୋଜେ।

ପୁଣି ପିଲାଙ୍କର ଅଳି ଅଝଟ ଅନେକ ଅଝଟିଆ ମୁହୂର୍ତ୍ତ

କେବେ କଣ୍ଢେଇ ପାଇଁ ଅଳି ତ କେବେ ବୁଲିବା ପାଇଁ

ଆଉ ସେଗୁଡାକ ପୂରଣ କରୁ କରୁ ସେ ଯେଉଁ 

ମାତୃତ୍ୱର ନିଛକ ବାସ୍ନା ମୁଁ ଅନୁଭବ କରେ

ତାହା ସରଗ ସୁଖ ଠୁ କମ୍ ନୁହେଁ।

ହଁ ସରଗ ସମ ମୋ ଜନମ ମାଟି

ମୋତେ ଭୂଲିନି ସେ ଏ ଯାଏଁ

ତା'ଠାରୁ ଦୂର ହୋଇ ଦଶ ବରଷ ହୋଇଗଲା

କିନ୍ତୁ ଆଜି ବି ସେଠିକି ଗଲେ 

ଯେଉଁ ଆପଣାର ମହକ ସେଠାରେ ପାଏ

କିଛି ଶାନ୍ତି ଆଉ ସେ ସାହି ପଡୋଶୀଙ୍କ ଆତ୍ମୀୟତା

କିଛି ଦେବା ନବା'ର ସମ୍ପର୍କ ନଥାଇକି ବି

ସେ ଯେଉଁ ଭଲପାଇବା ସେଥିରେ ବି ଥାଏ ସରଗ ସୁଖ।

ଆଉ ବାସ୍ତବ ସରଗ କଣ ଏ ସରଗ ଠାରୁ ଆହୁରି ମହାନ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy