STORYMIRROR

Dharitri Das

Action Children

4  

Dharitri Das

Action Children

ମାଟିଘର

ମାଟିଘର

1 min
277

ହେଉପଛେ ମାଟିଘର ମୋର ଆବାସ ସ୍ଥଳୀ

ଲାଗୁପଛେ ଦେହେମୋର ତାର ଚଟାଣ ଧୂଳି।

ସେହିଘରେ ପରିବାର ମୋର ଥାଆନ୍ତି ରହି

ବିଶ୍ୱାସର ଗନ୍ତାଘର ସର୍ବେ ହୃଦୟେ ବହି।

ସଭିଙ୍କର ଚିନ୍ତାଧାରା ଅତି ନିର୍ମଳ ଶାନ୍ତ

ମାଟିଘରେ ରହିବାରେ ସର୍ବେ ହୁଅନ୍ତି ତୃପ୍ତ।

ଯେଉଁଘରେ ମାଆମୋର ସଦା ଶିଖାଏ ପ୍ରୀତି

ମିଳିମିଶି ଚଳିବାର କେତେ ଗୁଡାଏ ନୀତି।

ସହଜାତ ଆତ୍ମୀୟତା ବୃଦ୍ଧି କରାନ୍ତି ପିତା

ଆପଣାର ଚିତ୍ତ ଶୁଦ୍ଧି ହୁଏ ପଢ଼ିଣ ଗୀତା।

ଭାଗବତ ସନ୍ଧ୍ୟାନୀତି କରୁ ସଭିଏଁ ମିଳି

ସଦାକାଳେ ମିଳିମିଶି ଚଳୁ ନକରି କଳି।

ମାଟିଘର ଶାନ୍ତିପ୍ରଦ ତେଣୁ ମୋହର ଅଟେ

ଯହିଁଥାଏ ସ୍ନେହଶ୍ରଦ୍ଧା ପୁରି ସଭିଙ୍କ ଘଟେ।

ସେଥିପାଇଁ ମାଟିଘର ଆମ ପ୍ରାସାଦ ଜାଣ

ସମ୍ପର୍କର ଫୁଲଫୁଟି ଆଣେ ମହକ ପୁଣ।

ମମତାର ଦୃଢ଼ତାରେ ବନ୍ଧା ଥିଲେରେ ଘର

ପ୍ରାସାଦର ପ୍ରୟୋଜନ ଆଉ ନକରେ ନର।

ମାଟିଘର ଆମପାଇଁ ମହା ପ୍ରାସାଦ ପରା

ପରସ୍ପର ସ୍ନେହଯହିଁ ଥାଏ ମନରେ ଭରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action