Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy

4.3  

Madhusmita Prusty

Tragedy

ମାଟିଘର

ମାଟିଘର

1 min
187



ଯେଉଁ ଘରେ ମୁହିଁ ଜନମ ଲଭିଲି

ବାଲ୍ୟସ୍ମୃତି ଥିଲା ଯହିଁ,

ଝାଟିମାଟି ସେଇ କୁଡ଼ିଆ ଘରଟି

ଅତୀତ ଯାଇଛି ହୋଇ |


ଯେଉଁଠି ମୋ ମାଆ ନୂଆବୋହୂ ସାଜି

ରଚିଲା ଘର ସଂସାର,

ସେ ଘର ନଥିଲା ମାଟିର କୁଡ଼ିଆ

ଥିଲା ସିଏ ସ୍ୱର୍ଗପୁର |


ଯାହା ବୁକୁପରେ ପାଦ ରଖିଥିଲି

ଚାଲି ଶିଖିଥିଲି ମୁହିଁ,

ଜନ୍ମଭୂମି ମୋର ଅତି ଆପଣାର

ମନୁ ପାଶୋରିବି ନାହିଁ |


କେତେ କେତେ ସ୍ମୃତି ସାଇତି ରଖିଛି

ମନର ଗଭୀର କୋଣେ,

ଫେରିବନି ଆଉ ହଜିଲା ଅତୀତ

ଯାହାଥିଲା ପିଲାଦିନେ |


ମାଟିଘରେ ଯେଉଁ ସୁଖଶାନ୍ତି ଅଛି

ମିଳିବକି ଉଆସରେ,

ମାଟିର ମଣିଷ ଅସ୍ତିତ୍ୱ ପାଉଁଶ

ମିଶିବ ଶେଷେ ମାଟିରେ |



Rate this content
Log in

Similar oriya poem from Tragedy