STORYMIRROR

Kumarlal Rana

Fantasy Others

3  

Kumarlal Rana

Fantasy Others

ମାଟି

ମାଟି

1 min
176

କବଳିତ କରେ ମାଟି  ଦେବତା 

          ଗାଁ ମାଟି ସୁନା ଦିଶି 

 ପୁରୁଖା  ମାଟିରେ   ଫସଲ ପୁରେ 

           ସୁନା ରୁପା ମୋତି ହସି l

ନୀଳ ଧାରା ଫୁଟି  ବହଇ ଧୀରେ 

             କୁଳୁକୁଳୁ ଝର ଝର l

ନୀଳ ଆକାଶରେ   ଜ୍ୟୋତି   ପ୍ରଦୀପ 

              ନିର୍ମଳ ଆକାଶ ପୁର l

ନଭରୁ ଧରତୀ    ଧରତିରୁ ନଭ 

              ସଦା ସର୍ବଦା ଉଜ୍ୱଳ l

ସାତୋଟି ରଙ୍ଗରେ ବେଶ ରଂଜିତ 

              ଦିଶେ କିରଣ ନିର୍ମଳ l

ସୁରୁଜ ମଣ୍ଡଳ ଚନ୍ଦ୍ର ମଣ୍ଡଳ 

              ଶୋଭାପାଏ ଦିନ ରାତି l

ଆଲୋକରେ ପୁରି ଭରିଛି   ବିଜୁଳି 

              ସଂଗେ ତାର ଅଛି ଜ୍ୟୋତି l


Rate this content
Log in

Similar oriya poem from Fantasy