ମାଟି
ମାଟି
ଯେଉଁ ମାଟିରେ ହୋଇଛି ଜନ୍ମ
ସେ ମାଟି ମୋର ମାଆ
ଅମୃତ ତୁଲ ପରଶ ତା'ର
ହୋଇଛି ସଦା ସାହା ।
ପାଣି,ପବନ ଦେଇଛି ମୋତେ
ଦେଇଛି ଖାଦ୍ୟ,ବାସ
ନଦୀ ଝରଣା ପାହାଡ଼ ସାଥେ
ଖେଳିଛି ବର୍ଷ ମାସ ।
ବନ,କାନନ କିଣିଛି ମନ
ଫୁଲ ଓ ଫଳ ଦେଇ
କେତେ ଆଘାତ ସହିଛି ମୋର
ସରବସହା ସେହି ।
ଗରଭେ ତା'ର ଅମାପ ଧନ
ରଖିଛି ଆମ ପାଇଁ
ମମତା ମୟୀ ସେନେହମୟୀ
ମୋହର ଜନ୍ମଭୂଇଁ ।
